32.9 C
Balāngīr
Wednesday, April 30, 2025

ଅଖିଳ ଭାରତ ପ୍ରଗତିଶୀଳ ମହିଳା ଆସୋସିଏସନ୍ ପାଳିଲେ ଆନ୍ତର୍ଜାତୀୟ ମହିଳା ଦିବସ

Must read

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୮/୩) : ଅଖିଳ ଭାରତ ପ୍ରଗତିଶୀଳ ମହିଳା ଆସୋସିଏସନ (AIPWA) ତରଫରୁ ଆଜି ଗୁଣପୁର ବ୍ଲକ ଅନ୍ତର୍ଗତ ଗୋଠଲପଦର ପଞ୍ଚାୟତ ର କୁକୁରୁଗୁଡା ଗାଁ’ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି ।WhatsApp Image 2025 03 08 at 17.19.38 ଅଖିଳ ଭାରତ ପ୍ରଗତିଶୀଳ ମହିଳା ଆସୋସିଏସନ୍ ପାଳିଲେ ଆନ୍ତର୍ଜାତୀୟ ମହିଳା ଦିବସ

ପ୍ରଥମେ ମହିଳା ଆନ୍ଦୋଳନର ଆରମ୍ଭ ଓ ଅନ୍ତର୍ଜାତୀୟ ନାରୀ ଦିବସର ପ୍ରଥମ ଚିହ୍ନ ୧୯୦୮ ମସିହାରେ ନ୍ୟୁୟର୍କରେ ଦେଖାଯାଇଥିଲା। ୧୫,୦୦୦ ନାରୀ କାର୍ଯ୍ୟକର୍ତ୍ତା ଏକ ବିଶାଳ ଶୋଭାଯାତ୍ରା କରିଥିଲେ, ଯେଉଁଥିରେ ସେମାନେ ସୁସ୍ଥ ଶ୍ରମ ଅବସ୍ଥା, କମ୍ କାମ ଘଣ୍ଟା, ଏବଂ ମହିଳାମାନଙ୍କ ପାଇଁ ଭୋଟ ଅଧିକାର ଦାବି କରିଥିଲେ । ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ୧୯୧୦ ମସିହାରେ ଡେନମାର୍କର କୋପେନହେଗେନ ସହରରେ ଏକ ବିଶ୍ୱ ନାରୀ ସମ୍ମିଳନ ଅନୁଷ୍ଠିତ ହୋଇଥିଲା । ଜର୍ମାନୀର ନାରୀ ଅଧିକାର କାର୍ଯ୍ୟକର୍ତ୍ତା କ୍ଲାରା ଜେଟ୍କିନ୍ (Clara Zetkin) ପ୍ରଥମ ଥର ପାଇଁ “ଅନ୍ତର୍ଜାତୀୟ ନାରୀ ଦିବସ” ପାଳନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ୧୭ ଟି ଦେଶର ପ୍ରତିନିଧିମାନେ ସମର୍ଥନ କରିଥିଲେ ।

ମାର୍ଚ୍ଚ ୮ ଏକ ଆନ୍ତର୍ଜାତୀୟ ଦିବସ , ପ୍ରଥମ ଥର ୧୯୧୧ ମସିହାରେ ଅଷ୍ଟ୍ରିଆ, ଡେନମାର୍କ, ଜର୍ମାନୀ ଏବଂ ସ୍ଵିଜରଲ୍ୟାଣ୍ଡ ଦେଶରେ ଅନ୍ତର୍ଜାତୀୟ ନାରୀ ଦିବସ ପାଳନ କରାଯାଇଥିଲା । ୧୯୧୭ ମସିହାରେ ରୁଷି ନାରୀମାନେ ଚାର୍ଯ୍ୟ ଏବଂ ଖାଦ୍ୟ ସଂକଟ ବିରୋଧରେ ବିଶାଳ ନାରୀ ଆନ୍ଦୋଳନ କଲେ । ଏହାର ଫଳସ୍ୱରୂପ ରୁଷ ସରକାର ମହିଳାମାନଙ୍କୁ ଭୋଟ ଅଧିକାର ପ୍ରଦାନ କଲେ । ଏହି ଆନ୍ଦୋଳନ ମାର୍ଚ୍ଚ ୮ ରେ ହୋଇଥିବାରୁ, ଏହି ଦିନକୁ ଅନ୍ତର୍ଜାତୀୟ ନାରୀ ଦିବସ ଭାବେ ପାଳନ କରାଯାଉଛି । ସଂଯୁକ୍ତ ରାଷ୍ଟ୍ର ସଂଘର ପ୍ରମାଣୀକରଣ ୧୯୭୫ ମସିହାରେ ସଂଯୁକ୍ତ ରାଷ୍ଟ୍ର ସଂଘ (UN) ଅନ୍ତର୍ଜାତୀୟ ନାରୀ ଦିବସକୁ ଆଧିକାରିକ ଭାବରେ ପ୍ରମାଣ କଲା । ସେଵେଠାରୁ ଆଜିପର୍ଯ୍ୟନ୍ତ ପ୍ରତିବର୍ଷ ଏହି ଦିନକୁ ନାରୀମାନଙ୍କ ସମାନତା ଏବଂ ଅଧିକାର ପାଇଁ ପାଳନ କରାଯାଏ ।

ଅନ୍ତର୍ଜାତୀୟ ନାରୀ ଦିବସ ମହିଳାମାନଙ୍କ ଅଧିକାର, ସ୍ୱାଧୀନତା, ଏବଂ ସମାନତା ପାଇଁ ଏକ ଐତିହାସିକ ଦିବସ । ଏହା ଏକ ଦୀର୍ଘ ସଂଘର୍ଷର ପରିଣାମ ଯେଉଁଥିରେ ମହିଳାମାନେ ତାଙ୍କର ସ୍ୱାଧୀନତା, ଶିକ୍ଷା, ଭୋଟ ଅଧିକାର ଏବଂ ଅର୍ଥନୀତିକ ସ୍ୱାଧୀନତା ପାଇଁ ଲଢ଼ି ଆସିଛନ୍ତି । ଏହି ଦିନ ଆମକୁ ଉପଦେଶ ଦେଇଥାଏ ଯେ ନାରୀମାନେ କେବଳ ଘର ତଥା ପରିବାର ନୁହେଁ, ସମାଜ ଏବଂ ଜଗତର ଏକ ଅପରିହାର୍ଯ୍ୟ ଅଂଶ ।

ଏହି ଦିନର ମାଧ୍ୟମରେ ନାରୀମାନଙ୍କ ସମ୍ମାନ ଏବଂ ସମାନତା ପାଇଁ ଏକତ୍ର ହୋଇ କାମ କରିବା ସହ ଫାଶୀବାଦ ବିରୁଦ୍ଧ ରେ ଲଡେଇ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମକୁ ତ୍ରିପତୀ ଗମାଙ୍ଗ ପରିଚାଳନା କରିଥିବା ବେଳେ ପାତିକା ପ୍ରେମା, ସେନ୍ତରା ବିଡିକା, ସୁଶାନ୍ତି ବିଡିକା, ସିଲାଗିଂ ନିମାଲା, ସୁଜି ନିମାଲା, ନୀରଞ୍ଜନ ନିମାଲା, ଜଗଦୀଶ ବିଡିକା, ବିଡିକା ସମ୍ବରା ପ୍ରମୁଖ ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...