32.9 C
Balāngīr
Tuesday, July 15, 2025

ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଙ୍ଗଠନର ସାମ୍ବାଦିକ ସମ୍ମିଳନୀ

Must read

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୨/୨) : ଗ୍ରାମାଞ୍ଚଳର ବହୁବିଧ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ଵିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।WhatsApp Image 2025 02 21 at 22.57.35 ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଙ୍ଗଠନର ସାମ୍ବାଦିକ ସମ୍ମିଳନୀ

ପ୍ରତ୍ୟେକ ବର୍ଷ ଏହି ଯୋଜନା ମାଧ୍ୟମରେ ୧୦୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ଏଵଂ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଆଇ .ଟି. ଡି. ଏ ମାଧ୍ୟମରେ ଯୋଜନାର ୪୦ ଭାଗ ଅର୍ଥ ଖର୍ଚ୍ଚ କରିବାକୁ ଘୋଷଣା କରାଯାଇଛି । ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ପାରିପାର୍ଶ୍ବିକ ଉନ୍ନତି ରାସ୍ତାଘାଟ, ଗମନାଗମନ , ଆଲୋକି କରଣ ଏଵଂ ଧର୍ମାନୁଷ୍ଠାନର ଉନ୍ନତି ଇତ୍ୟାଦି ବିକାଶ ମୂଳକ କାର୍ଯ୍ୟ କରାଯିବ । ଏହି ଯୋଜନାର କାର୍ଯ୍ୟକାରୀତା ଆରମ୍ଭ ତଥା ଶେଷ ପର୍ଯ୍ୟାୟ ରୂପାୟନରେ ଆର୍ଥିକ ସ୍ବଚ୍ଛଳତା ରଖିବା ଓ ରାଜ୍ୟ ସଙ୍ଗଠନ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ଖର୍ଚ୍ଚର ଆକଳନ ସଠିକ ନିରୁପଣ କରିବା ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଙ୍ଗଠନର ମୂଳ ଲକ୍ଷ୍ୟ । ଗତ ସରକାର ଅମଳରେ ଯୋଜନା ଗୁଡିକରେ ଲୋକଙ୍କ ଭାଗିଦାରୀ ନ ରହିବାରୁ ଅଧିକାଂଶ ଅର୍ଥ ରାଜନୈତିକ ବ୍ୟକ୍ତିବିଶେଷ ଓ ସରକାରୀ କର୍ମଚାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ହରିଲୁଟ ହୋଇଥିଲା ।

ତେଣୁ ଏହି ସମସ୍ୟାର ଗୁରୁତ୍ୱ ଉପଲବ୍ଧି କରି ଜନସାଧାରଣଙ୍କୁ ଏହି ଯୋଜନା ସହିତ ଯୋଡିବା ପାଇଁ ସଙ୍ଗଠନର ରାଜ୍ୟ ଆବାହକ ବରିଷ୍ଠ ଆଇନଜୀବି ସୁବ୍ରତ କୁମାର ନନ୍ଦ , ରାଜ୍ୟ ସଂଯୋଜକ ସୁବାଷ ଚନ୍ଦ୍ର ପଣ୍ଡା , ରାୟଗଡ଼ା ଜିଲ୍ଲା ସଂଯୋଜକ ରାଧାକୃଷ୍ଣ ପଟ୍ଟନାୟକ , ନବରଙ୍ଗପୁର ଜିଲ୍ଲା ସଭାପତି ଇଶ୍ଵର ରାଓ , କୋରାପୁଟ ଜିଲ୍ଲା ଆବାହକ ଜି. ରାମବାବୁ , ଜୟପୁର ବ୍ଲକ ସଭାପତି ନରସିଂହ ନାୟକ , ଗୁଡ଼ାରୀ ବ୍ଲକ ଆବାହକ ଗୈାରି ଶଙ୍କର ମିଶ୍ର ପ୍ରମୁଖ ଗୁଣପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜନସାଧାରଣ ଙ୍କ ସହଯୋଗ କାମନା କରିଛନ୍ତି ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଜନସାଧାରଣ ଠିକଣା ଭାବରେ ସହାୟତା କରିବା ସଙ୍ଗେ ସଙ୍ଗେ ଦୁର୍ନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା , ଜିଲ୍ଲା ଯୋଗାଣ ବିଭାଗ ଚରମ ଅବହେଳା ଓ ମିଲ ମାଲିକଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଅଧିକାଂଶ ଚାଷୀ ଧାନ ଦେବାପରେ ମଧ୍ୟ ପ୍ରାପ୍ୟ ପାଇନାହାନ୍ତି, ତୁରନ୍ତ ଜିଲ୍ଲାପାଳ ହସ୍ତକ୍ଷେପ କରି ଏହି ସମସ୍ୟାର ସମାଧାନ କରିବାକୁ ସଙ୍ଗଠନ ପକ୍ଷରୁ ଦାବୀ କରାଯାଇଛି । ଶେଷରେ ଏତିକି କହିବୁ ଏଠି ” ପ୍ରତିଦିନ ଯୋଜନା ପ୍ରତିଦିନ ପ୍ରକଳ୍ପ ମାନେ ଯୋଜନା ପ୍ରବଳ ରୂପାୟନ ଦୁର୍ବଳ ” ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...