32.9 C
Balāngīr
Thursday, June 12, 2025

ଅଘୋଷିତ ବିଜୁଳି କାଟ ଓ ମାତ୍ରାଧିକ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତିବାଦରେ କେଶରୀୟା ହିନ୍ଦୁ ବାହିନୀର ବିକ୍ଷୋଭ

Must read

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୯/୦୯) : ରାଜ୍ୟରେ ମାତ୍ରାଧିକ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଏବଂ ବଲାଙ୍ଗୀର ସହର ତଥା ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ଏହାର ଆଖପାଖ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ ବଲାଙ୍ଗୀର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ତ୍ରିପାଠୀଙ୍କ ନେତୃତରେ କାର୍ଯ୍ୟକର୍ତ୍ତାମାନେ ମଙ୍ଗଳବାର ବିଦ୍ୟୁତ୍ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ଘେରାଉ କରିଥିଲେ ।WhatsApp Image 2021 09 29 at 7.18.36 AM 1 ଅଘୋଷିତ ବିଜୁଳି କାଟ ଓ ମାତ୍ରାଧିକ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତିବାଦରେ କେଶରୀୟା ହିନ୍ଦୁ ବାହିନୀର ବିକ୍ଷୋଭ

ଓଡ଼ିଶା ସରକାର ଟାଟା କମ୍ପାନୀସହିତ ଚୁକ୍ତିବଦ୍ଧ କଲା ପରେ ସାରା ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ପ୍ରତ୍ୟେକ ସ୍ଲାବରେ ଏବଂ ପ୍ରତ୍ୟେକ ୟୁନିଟ୍ ରେ ୫୦ ପଇସା ବୃଦ୍ଧି କରିଛନ୍ତି । ଯେଉଁଥିପାଇଁ ସାଧାରଣ ଲୋକଙ୍କୁ ବହୁତ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି । ବଲାଙ୍ଗୀର ସହର ଓ ଏହାର ପାଖାପାଖି ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଜୁଳି କାଟ ଯୋଗୁଁ ଲୋକ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଏ ସମ୍ପର୍କରେ ଜଣାଇଲେ ମଧ୍ୟ କୌଣସି ସମାଧାନ ହୋଇପାରୁନାହିଁ । ବଲାଙ୍ଗୀର ଜିଲ୍ଲାର ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆଜି କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗୀର ଜିଲ୍ଲା ତରଫରୁ ଏକ ଦାବିପତ୍ର ବିଦ୍ୟୁତ୍ ବିଭାଗ ସିଇଓଙ୍କୁ ପ୍ରଦାନ କରାଯାଇଛି ।

ଏହି ଦାବିରେ ବିଦ୍ୟୁତ୍ ଶୁଳ୍କ ହ୍ରାସ କରିବା ସହ ଅଘୋଷିତ ବିଜୁଳି କାଟ କୁ ରୋକିବା ,ଯଦି ଏହାକୁ ବିଦ୍ୟୁତ୍ ବିଭାଗ TPWODL ଏବଂ ରାଜ୍ୟ ସରକାର ବିଚାର କୁ ନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣନ କରିବେ ତେବେ କେଶରୀୟା ହିନ୍ଦୁ ବାହିନୀ ତରଫରୁ ଆଗାମୀ ଦିନ ରେ ଗଣ ଆନ୍ଦୋଳନ କରିବା ବୋଲି ଚେତାଇ ଦେଇଛନ୍ତି ।WhatsApp Image 2021 09 29 at 7.18.35 AM 1 ଅଘୋଷିତ ବିଜୁଳି କାଟ ଓ ମାତ୍ରାଧିକ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତିବାଦରେ କେଶରୀୟା ହିନ୍ଦୁ ବାହିନୀର ବିକ୍ଷୋଭ

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟ, ପ୍ରଦେଶ କୋଷାଧ୍ୟକ୍ଷ ସୁଶିଲ ସାହୁ, ଜିଲ୍ଲା ପ୍ରଭାରୀ ଶଙ୍କର ଅଗ୍ରୱାଲ, ଜିଲ୍ଲା ଉପସଭାପତି ପ୍ରଦୀପ ଦାସ, ପ୍ରଦୀପ ସାହୁ, ରମେଶ ବାଗ୍, ବୁଲୁ ପର୍ଡିଆ, ଜିଲ୍ଲା ପ୍ରବକ୍ତା ଦେବାନନ୍ଦ ନାୟକ, ସୈଲେନ୍ଦ୍ର ନାଏକ, ରାଜୁ ନାଏକ, କବି ସାହୁ, ଅଂଶୁମାନ ପୁଟେଲ, ସୁରଜ୍ ବକୁଲ୍, ସୁଶିଲ ମହାକୁର, ନଗର ଉପସଭାପତି ଦେବରାଜ ନାଗ, ଲୋଇସିଂହା ବ୍ଲକ୍ ସଭାପତି ବିରେନ୍ଦ୍ର ବାରିକ୍, ସଇଁତଳା ବ୍ଲକ୍ ସଭାପତି ଚନ୍ଦ୍ରଭାନୁ ପ୍ରଧାନ, ଆଗଲପୁର ବ୍ଲକ୍ ସଭାପତି ଦୀନବନ୍ଧୁ ବିଶ୍ଵାଳ ସମେତ ଜିଲ୍ଲା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...