କାଶୀନଗର, (୨୨/୩) : କାଶୀନଗର ତହସିଲଦାର କାଶୀନଗର ବ୍ଲକ ର ବିଭିନ୍ନ ସ୍କୁଲ, ହଷ୍ଟେଲ, ଓ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ଖୁସି ବ୍ୟକ୍ତ କରିଥିବା ଜଣାପଡିଛି ।
ଗତ କାଲି କାଶୀନଗର ତହସିଲଦାର ସୁଧୀର କୁମାର ନନ୍ଦ ଗତ କାଲି କିତିଙ୍ଗି ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ଅନୁସଙ୍ଗିକ ବ୍ୟବସ୍ଥା ବୁଝିଥିଲେ । ସେଠାରୁ ଶିଆଳି ହାଇସ୍କୁଲ ହଷ୍ଟେଲ ବୁଲି ଛାତ୍ରଛାତ୍ରୀଙ୍କ ଅଭାବ ଅସୁବିଧା ଓ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରି ଫେରିଥିବା ଜଣାପଡିଛି ।