ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୨/୦୧) : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଏକତାଳି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।
ଏକ ଟ୍ରକ୍ ପଶ୍ଚିମବଙ୍ଗରୁ କଟକ ଅଭିମୁଖେ ଯାଉଥିବା ବେଳେ ବିଳମ୍ବିତ ରାତିରେ ଅଜଣା ଗାଡିକୁ ଧକ୍କା ଦେଇଥିଲା । ଫଳରେ ଟ୍ରକରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାପି ହୋଇ ହୋଇ ଯାଇଥିଲେ ଡ୍ରାଇଭର । ପାଇ ଘଟଣାସ୍ଥଳରେ ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ ପହଞ୍ଚିଥିଲା। ବହୁ ପରିଶ୍ରମ ପରେ କଟର ମେସିନ ସାହାଯ୍ୟରେ କ୍ୟାବିନକୁ କାଟିବାକୁ ସେମାନେ ସଫଳ ହୋଇଥିଲେ । ଏହାପରେ ସେଠାରୁ ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଥିଲା । ତୁରନ୍ତ ତାଙ୍କୁ ଜାତୀୟ ରାଜପଥ ଆମ୍ବୁଲାନ୍ସ ସାହାଯ୍ୟରେ ପ୍ରଥମେ ବସ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଜଳେଶ୍ୱର ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।