ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଙ୍ଗିରିପୋଷି, (୧୬/୦୨) : ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଜୀବନ । ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ୪୯ ନମ୍ବର ଜାତୀୟ ରାଜପଥ ଦୁଆରଶୁଣି ଘାଟିରେ ଘଟିଛି ।
ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ୪୯ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଘଟିଥିଲା। ଏକ ବାଇକରେ ଦୁଇ ଜଣ ଘରକୁ ଫେରୁଥିବା ସମୟରେ ଦୁଆରଶୁଣି ଘାଟିରେ ସେମାନଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଅଜଣା ଗାଡ଼ିଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିବାବେଳେ ଉଭୟ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି। ମୃତକ ଦ୍ଵୟଙ୍କ ପରିଚୟ ମିଳିନାହିଁ ବୋଲି ସୂଚନା ମିଳିଛି ।