ସୁବର୍ଣ୍ଣପୁର, (୨୦/୦୫) : ଆ.ପ୍ର : ସୁବର୍ଣ୍ଣପୂର ଜିଲ୍ଲା ଉଲୁଣ୍ଡା ଥାନା ମାଟୁପାଳି ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ମୃତ l
ମୃତ ବ୍ୟକ୍ତି ଜଣକ ହେଉଛନ୍ତି ମାଟୁପାଳି ଗ୍ରାମର ମକୁଟ କାଣ୍ଡୁଲାନା (୪୦) l ମକୁଟ କାଣ୍ଡୁଲାନା କାମ ସାରି ଘରକୁ ଫେରୁଥିବା ସମୟରେ ଏହି ଘଟଣା ଘଟିଛି l ମକୁଟ କାଣ୍ଡୁଲାନା ରାସ୍ତା କଡରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପାରିବାର ଲୋକଙ୍କୁ ଖବର ଦେଇଥିଲେ l ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ନେବା ପରେ ଡାକ୍ତର ଦେଖି ମୃତ ଘୋଷଣା କରିଥିଲେ l ମୃତ୍ୟୁ ହୋଇଥିବା ଖବର ପାଇଁ ମାଟୁପାଲି ଛକ ଠାରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ରାସ୍ତା ମରାମତି ଏବଂ ପାରିବାର ଲୋକଙ୍କୁ କ୍ଷତିପୂରଣ ଦାବି ନେଇ ସମ୍ବଲପୁର – ସୁବର୍ଣ୍ଣପୁର ମୁଖ୍ୟ ରାସ୍ତା କୁ ରାସ୍ତାରୋକ କରିଛନ୍ତି l ରାସ୍ତାର ଉଭୟ ପଟରେ ଯାନବାହନ ଅଟକି ରହିଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି l