32.9 C
Balāngīr
Saturday, April 26, 2025

ଅଜଣା ମୃତ ବ୍ୟକ୍ତି ଙ୍କ ଶବ ସତ୍କାର

Must read

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, (୨୩/୦୧) : କଟକ ଜିଲ୍ଲାର ସାଲେପୁର ଅଞ୍ଚଳର ଡମନା ସାହିର କୃଷ୍ଣପଦ ମିଶ୍ର ନାମକ ଜଣେ ବ୍ୟକ୍ତି ଟିଟିଲାଗଡ଼ ରଘୁନାଥ ପଡ଼ାରେ ଚାକିରିରୁ ଅବସର ନେବା ପରେ ରହୁଥିଲେ ।

ଅଜଣା ମୃତ ବ୍ୟକ୍ତି ଙ୍କ ଶବ ସତ୍କାର । ରବିବାର ରାତିରେ ତାଙ୍କର ମୃତ୍ୟୁ ହେବା ପରେ ତାଙ୍କର ଆତ୍ମୀୟ ସ୍ୱଜନ କେହି ନ ଥିବା ଜାଣି ମେଡିକାଲ କର୍ତ୍ତୃପକ୍ଷ ଟିଟିଲାଗଡ଼ ରକ୍ତଦାତା ସଂଘକୁ ଯୋଗାଯୋଗ କରିଥିଲେ । ରକ୍ତଦାତା ସଂଘର ସଭାପତି ବନମାଳୀ ବେହେରା, ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ବୀରବର ସାହୁଙ୍କୁ ଜଣାଇବା ପରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରିବା ପାଇଁ ଆଗକୁ ଆସିଥିଲେ ।

ଏହି ଶବ ସତ୍କାର କାର୍ଯ୍ୟ କରିବା ପାଇଁ ସମାଜସେବୀ ରାଜା ବଗର୍ତ୍ତି, ଅଜୟ କୁମାର ସାହୁ, ସନ୍ତୋଷ ପୋଢ଼, ଆଦିତ୍ୟ ଷଡ଼ଙ୍ଗୀ, ବାବୁଲା ପଟ୍ଟନାୟକ ପ୍ରମୁଖ ହାଟପଦା ପଡ଼ା ସ୍ଥିତ ମୁକ୍ତିଧାମରେ ଶେଷ କୃତ୍ୟ ସଂପନ୍ନ କରିଥିଲେ । ବର୍ତ୍ତମାନ ସୁଦ୍ଧା ବ୍ୟସ୍ତ ମୟ ସମାଜ ରେ ଏଭଳି କାମରେ ଆଗେଇ ଆସିବା ପ୍ରଶଂସନୀୟ ବୋଲି ବୁଦ୍ଧିଜିବି ମହଲ ରେ ମତ ପ୍ରକାଶ ପାଇଛି ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...