32.9 C
Balāngīr
Tuesday, May 13, 2025

ଅଟୋ ଚାଳକ ସଂଘର ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ୍ ଶୋଭାଯାତ୍ରା

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଗୁଣପୁର, (୨୮/୪) : ଆପ୍ର. : ଜାମ୍ମୁ କାଶ୍ମୀର ର ପହଲଗାମ୍ ଠାରେ ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ପ୍ରାଣ ହରାଇଥିବା ହିନ୍ଦୁ ପର୍ଯ୍ୟଟକଙ୍କ ଆତ୍ମାର ସଦଗତି କାମନା କରି ଗୁଣପୁର ଅଟୋ ଚାଳକ ସଂଘ ପକ୍ଷରୁ ଆଜି ଏକ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରାଯାଇଛି ।WhatsApp Image 2025 04 28 at 09.42.04 ଅଟୋ ଚାଳକ ସଂଘର ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ୍ ଶୋଭାଯାତ୍ରା

ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ପୁରୁଣା ବସଷ୍ଟାଣ୍ଡ ଗାନ୍ଧୀମୂର୍ତ୍ତୀ ଠାରେ ପହଞ୍ଚିଥିଲେ । ଶୋଭାଯାତ୍ରା ବେଳେ ଭାରତମାତା କି ଜୟ, ହିନ୍ଦୁସ୍ତାନ ଜିନ୍ଦାବାଦ, ପାକିସ୍ତାନ ମୁର୍ଦାବାଦ ସ୍ଲୋଗାନରେ ଗୁଣପୁର ରାଜରାସ୍ତା ପ୍ରକମ୍ପିତ ହୋଇ ଉଠିଥିଲା । ଏଥିରୁ ଜନସାଧାରଣଙ୍କ ଆତଙ୍କବାଦ ବିରୁଦ୍ଧରେ ଆକ୍ରୋଶ ସ୍ପଷ୍ଟ ବାରି ହୋଇପଡୁଥିଲା । ସମସ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆତଙ୍କବାଦ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଥିଲେ । ଅଟୋ ଚାଳକ ସଂଘର କର୍ମକର୍ତ୍ତାମାନେ ଆତଙ୍କବାଦୀ ଗୁଳିରେ ପ୍ରାଣ ହରାଇଥିବା ହିନ୍ଦୁମାନଙ୍କ ଆତ୍ମାର ସଦଗତି କାମନା କରିବା ସହ ପାକିସ୍ତାନ ବିରୁଦ୍ଧରେ ବର୍ଷିଥିଲେ ।WhatsApp Image 2025 04 28 at 09.42.05 ଅଟୋ ଚାଳକ ସଂଘର ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ୍ ଶୋଭାଯାତ୍ରା

ଏହି ଶୋଭାଯାତ୍ରା ରେ ଅଟୋ ଚାଳକ ସଂଘର ସଭାପତି ଗୁପ୍ତ ପ୍ରସାଦ ବାଉରୀ, ସମ୍ପାଦକ ଅଜିତ ଶ୍ରୀରାମ, ଉପସଭାପତି ରାମଚନ୍ଦ୍ର ମହାନ୍ତି, ସୁରେଶ କୁମାର, ବସନ୍ତ ରାଓ, ବିଘ୍ନ ପାଢ଼ୀ, ଟିକି ଭାଇ, ସୁରେଶ, ବାବୁଲା ପ୍ରମୁଖ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରରେ ସ୍ବାମୀ ନିର୍ବାଣ ନନ୍ଦ ଗିରି ଉପସ୍ଥିତ ରହି ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...