ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୨) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟର ଏକ ନୂତନ ଅତିରିକ୍ତ ଶ୍ରେଣୀ ଗୃହର ଉଦଘାଟନ କରିଛନ୍ତି ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ଇଂ ରୁପେଶ କୁମାର ପାଣିଗ୍ରାହୀ l
ଏହି ଶୁଭ ଉଦଘାଟନରେ ବିଧାୟକ ସମେତ ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ,ବ୍ଲକ ଅଧକ୍ଷା ବଲାସାଇଆମ୍ମା, ଉପାଦକ୍ଷା ଏସ.କଲ୍ୟାଣୀ,ଜିଲ୍ଲାପରିଷଦ ଆର. ରାଜଲକ୍ଷ୍ମୀ, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ମ୍ବୁରୁଧର ମଲ୍ଲିକ, ବ୍ଲକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରଜତ କୁମାର ପାଢ଼ୀ, କେ. ସୀତାପୁର ସରପଞ୍ଚ କେ. ତେଜା ଏବଂ ବିଜୁ ଜନତା ଦଳର କର୍ମୀ ପ୍ରେମୀ ପ୍ରମୁଖ ଉପସ୍ଥିତ ଥିଲେ l