ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୦୩/୦୬) : ଅଧା ରହିଲା ଜଗା ଦର୍ଶନ। ପୁରୀକୁ ଯିବା ନିମନ୍ତେ ଘରୁ ବାହାରିଥିବା ବେଳେ ବାଟରେ କିନ୍ତୁ ଘଟିଲା ଦୁର୍ଘଟଣା ।
ନିର୍ମାଣାଧୀନ ବ୍ରିଜରୁ ଭାରସାମ୍ୟ ହରାଇ ୩୦ଫୁଟ୍ ତଳକୁ ଖସିଲା ବୋଲେରୋ । ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ୧୦ ଜଣଙ୍କୁ ଗୁରୁତର ହୋଇଛନ୍ତି । ସମ୍ବଲପୁର ଜିଲ୍ଲା ଯୁଜୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଝାଙ୍କରପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି । ଗୁରୁତରମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତାହତଙ୍କ ପରିଚୟ ମିଳିନାହିଁ । ଗତକାଲି ବିଳମ୍ବିତ ରାତିରେ ଛତିଶଗଡର କିଛି ଲୋକ ବୋଲେରୋ ଯୋଗେ ପୁରୀ ଅଭିମୁଖେ ଯାଉଥିଲେ ।
ଭୁଲ ବଶତଃ ଗାଡ଼ିଟି ନିର୍ମାଣାଧୀନ ବ୍ରିଜ ଚଢ଼ିଯାଇ ୩୦ ଫୁଟ ଉଚ୍ଚତାରୁ ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।