32.9 C
Balāngīr
Tuesday, May 13, 2025

ଅଧିକ ଯୌତୁକ ଦାବି କରି ପିଟି ପିଟି ହତ୍ୟା କରି ଦେଲେ ଶଶୁର ଘର ଲୋକ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ବଲାଙ୍ଗୀର/ପାଟଣାଗଡ଼, (୨୦/୦୪) : ଆପ୍ର. : ଯୌତୁକ ପାଇଁ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଷ୍ଟାଫନର୍ସଙ୍କୁ ଶ୍ୱଶୁର ଘରେ ପିଟିପିଟି ମାରିଦେଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।WhatsApp Image 2025 04 19 at 13.19.51 ଅଧିକ ଯୌତୁକ ଦାବି କରି ପିଟି ପିଟି ହତ୍ୟା କରି ଦେଲେ ଶଶୁର ଘର ଲୋକ

ଅଭିଯୋଗ ଅନୁଯାୟୀ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଏଁଳାଭଟା ଗ୍ରାମର ଠାକୁର ସାହୁଙ୍କ ଝିଅ କ୍ରିଷ୍ଣା ସାହୁ ୨୦୨୨ ମସିହାରେ ପାଟଣାଗଡ଼ ଥାନା ଅନ୍ତର୍ଗତ ନେହେନାବନ୍ଧ ଗାଁର ଆଲୋକ ସାହୁଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ତାଙ୍କର ଗୋଟିଏ ଦୁଇବର୍ଷର ଶିଶୁପୁତ୍ର ଅଛି । ବାହାଘର ସମୟରେ ସମସ୍ତ ଯୌତୁକ ଦିଆଯାଇଥିଲା । ହେଲେ ଶ୍ୱଶୁର ଘରଲୋକେ ପରବର୍ତ୍ତୀ ସମୟରେ ଅଧିକ ଯୌତୁକ ଦାବି କରି ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ । ଯୌତୁକ ପାଇଁ ଶାଶୁଙ୍କ ନିର୍ଦ୍ଦେଶରେ ସ୍ୱାମୀ ମାଡ ମାରୁଛନ୍ତି ବୋଲି ନିଜ ମୋବାଇଲରେ ଗୋଟିଏ ଭିଡିଓ କରି ବାପାଙ୍କ ପାଖକୁ ଆଜି ସକାଳୁ ପଠାଇଥିଲେ କ୍ରିଷ୍ଣା ।

ସେ ଭାବିଥଲେ ବାପା ତାଙ୍କୁ ବଞ୍ଚେଇବେ କିନ୍ତୁ ବାପା ପହଞ୍ଚିଲା ବେଳକୁ ଝିଅର ମୃତଦେହ ଦେଖିବାକୁ ପାଇଥିଲେ ପାଟଣାଗଡ଼ ଡାକ୍ତରଖାନାରେ । କ୍ରିଷ୍ଣାଙ୍କୁ ପିଟି ପିଟି ମାରିଦେଇ ତାଙ୍କ ଶ୍ୱଶୁର ଘରଲୋକେ ସ୍ୱାସ୍ଥ୍ୟ ଖରାପ ଥିବା ଦର୍ଶାଇ ପାଟଣାଗଡ଼ ଡାକ୍ତରଖାନା ଆଣିଛନ୍ତି ବୋଲି ମୃତ୍ୟୁବରଣ କରିଥିବା କ୍ରିଷ୍ଣାଙ୍କ ବାପା ଅଭିଯୋଗ ଆଣିଛନ୍ତି । ଏନେଇ ପାଟଣାଗଡ଼ ଥାନା କେସ ନଂ ୧୧୭/୨୦୨୫ରେ ଏକ ମାମଲା ଋଜୁ କରାଯାଇ ଥିବା ବେଳେ କ୍ରିଷ୍ଣାଙ୍କ ସ୍ୱାମୀ ଆଲୋକ ସାହୁକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ପାଟଣାଗଡ଼ ଥାନାଧିକାରୀ ହରିବନ୍ଧୁ ଗଡତ୍ୟା ସୂଚନା ଦେଇଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...