ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୩୦/୦୫) : କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ମୁଣ୍ଡିଆସାହି କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।
ଅନଲାଇନ୍ ଗେମ୍ ଯୋଗୁ ଯୁବକଙ୍କ ଆତ୍ମହତ୍ୟା ! ମୃତ ଯୁବକ ଜଣଙ୍କ ହେଲେ ବାସୁଦେବପୁର ଗ୍ରାମର ୩୮ ବର୍ଷୀୟ କେଶରୀ ପ୍ରଧାନ । ଆଜି ସକାଳେ କେଶରୀଙ୍କ ଝୁଲନ୍ତା ମୃତଦେହ ସ୍ଥାନୀୟ ଲୋକେ କାଜୁ ଜଙ୍ଗଲରେ ଦେଖିଥିଲେ । ଏନେଇ ପୁଲିସକୁ ଖବର ଦେଇଥିଲେ । ତିଗିରିଆ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି । କେଶରୀଙ୍କ ମୁତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଅନଲାଇନ୍ ଗେମ୍ ଖେଳକୁ ନେଇ ସେ ଆତ୍ମହତ୍ୟା କରିଥିବା ଜଣାଯାଇଛି ।