32.9 C
Balāngīr
Wednesday, April 23, 2025

ଅନ୍ତଃ ରାଜ୍ୟ ବାଲି ମାଫିଆ ସକ୍ରୀୟ : ବେଧଡକ ବାଲି ପରିବହନ

Must read

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୪/୨) : ଗଜପତି ଜିଲ୍ଲା ରେ ପ୍ରବାହିତ ବଂଶଧରା ନଦୀ ବାଲି ଅଧିକ ଉତ୍କୃଷ୍ଟ ଯୋଗୁଁ ସମସ୍ତ ଙ୍କ ଆଖି ଏହି ବାଲି ଉପରେ ।

ଅନ୍ତଃ ରାଜ୍ୟ ବାଲି ମାଫିଆ ସକ୍ରୀୟ, ବେଧଡକ ବାଲି ପରିବହନ । କାଶୀନଗର ତହସିଲ ର ତିନିଗୋଟି ବାଲି ରେମ୍ପ କୁ ସରକାର ଅନୁମତି ଦେଇଛନ୍ତି । ଏହାକୁ ଢାଲ କରି ବାଲି ମାଫିଆ ସକ୍ରୀୟ ହୋଇ ଉଠିଥିବା କାଶୀନଗର ପୋଲିସ ର ସ୍କେନେର ରେ ଆସିଛି । କାଶୀନଗର ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଦୁଇଟି ବାଲି ବୋଝେଇ ହାଇୱା ଗାଡି କୁ ଅଟକାଇ ତଦନ୍ତ କରିବାରେ ଏହା କଳାହାଣ୍ଡି ଜିଲ୍ଲା ରୁ ବାଲି ବୋଝେଇ ହୋଇଥିବା ସେମାନେ ରସିଦ ଦେଖାଇଥିଲେ । ଯାହାକି ସନ୍ଧେହ କୁ ଦ୍ବିଗୁଣିତ କରିଛି । ଏଣୁ ପୋଲିସ ତନାଘନା କରି ଗଜପତି ଖଣି ଅଧିକାରୀ ଙ୍କୁ ଅବଗତ ପରେ ସେ କଳାହାଣ୍ଡି ଜିଲ୍ଲା ଖଣି ଅଧିକାରୀଙ୍କୁ ଏ ନେଇ ଅବଗତ କରି ଏହାର ସ୍ୱଷ୍ଟତା ନେଇ ତଦନ୍ତ କରୁଛନ୍ତି ।

ଏହି ରସିଦ ଟି ଉଲ୍ଲେଖ କରୁଛି କି ଦୁଇ ଘଣ୍ଟା ତଳେ ବାଲି ଲୋଡିଂ ହୋଇଛି । କଳାହାଣ୍ଡିରୁ କାଶୀନଗର ର ଦୂରତା ପାଖା ପାଖି ୩୦୦ କିମି ହେବ, ଏତେଦୂର ରୁ ଏହି ହାଇୱା ଏଠାକୁ ଦୁଇଘଣ୍ଟା ରେ କେମିତି ଆସିଲା, ସେ ନେଇ ନାନା ପ୍ରଶ୍ନ ସୃଷ୍ଟି ହେଉଛି । ନା କୌଣସି ବାଲି ମାଫିଆ କଳାହାଣ୍ଡି ଜିଲ୍ଲା ରସିଦ କୁ ନିଜେ ବ୍ୟବହାର କରି ବାଲି ମାଫିଆ ରେ ଲିପ୍ତ ଅଛନ୍ତି ସେ ନେଇ ପୋଲିସ ଓ ଖଣି ବିଭାଗ ସଠିକ ମାର୍ଗ ରେ ତଦନ୍ତ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି । ଦୁଇଟି ହାଇୱା ଗାଡି ବର୍ତମାନ ପୋଲିସ ହେପାଜତ ରେ ରହିଛି ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...