ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୭/୦୧) : ନେପାଳରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନଶିପ୍ରେ ଭାରତ ତରଫରୁ ପ୍ରତିନିଧିତ୍ୱ କରି ଫେରିଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆର ପ୍ରୀତମ ପ୍ରଧାନ ।
ତାଙ୍କୁ ଆଜି ସୋମବାର ଭବ୍ୟ ସମ୍ବର୍ଦ୍ଧନା ଓବହୁ ସୁନ୍ଦର୍ ସେ ଶୋଭାଯାତ୍ରା ମାଧ୍ୟମରେ ପ୍ରୀତମଙ୍କୁ ସ୍ବାଗତ କରାଯାଇଛି । ନେପାଳରେ ଡିସେମ୍ବର ୨୦ରୁ ଜାନୁଆରୀ ୨ ମଧ୍ୟରେ ଅନ୍ତର୍ଜାତୀୟ ଟେନିସ୍ ବଲ୍ କ୍ରିକେଟ ଚାମ୍ପିଅନଶିପ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତୀୟ ଦଳ ବିଜୟୀ ହୋଇଥିଲେ । ଓ ରାଇକିଆ ଅଞ୍ଚଳରୁ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ାରେ ପ୍ରୀତମ ପ୍ରତିନିଧିତ୍ୱ କରିଥିବାରୁ ଅଞ୍ଚଳବାସୀବହୁ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ମଧ୍ୟ ବିଭିନ୍ନ ସଙ୍ଗଠନ ତରଫରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଓ ବହୁ ଲୋକ ମାନେ ମଧ୍ୟ ଉପ ସ୍ଥିତ ଥିଲେ ।