32.9 C
Balāngīr
Saturday, July 12, 2025

ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଙ୍କ ହୃଦଘାତରେ ମୃତ୍ୟୁ,ଫୁଟବଲ ପ୍ରେମୀଙ୍କ ମହଲରେ ଶୋକର ଛାୟା

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୩୦/୧୧) : ଓଡିଶା ପୋଲିସ ଫୁଟବଲ ଦଳର ପ୍ରାକ୍ତନ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି, ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଖେଳାଳି ବିଶେଶ୍ବର ଭୋକ୍ତା (ନକୁଳା ବାବୁ) ଙ୍କ ଗତ କାଲି ରାତିରେ ୭୨ ବର୍ଷ ବୟସରେ ହୃଦଘାତ ରେ ମୃତ୍ୟୁ ହୋଇଯାଇଛି |

ଏହି ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଙ୍କ ହୃଦଘାତ ଘଟଣା ଜଣାପଡିବା ପରେ ଆଜି ସକାଳୁ ଜିଲ୍ଲା ର କୋଣ ଅନୁକୋଣ ରୁ ବହୁ ସଂଖ୍ୟାରେ ଫୁଟବଲ ପ୍ରେମୀ, ପୋଲିସ ବାହିନୀ ଓ ଆଖପାଖ ଅଞ୍ଚଳର ବହୁ ବିଶିଷ୍ଠ ବ୍ୟକ୍ତି ପୁରୁଣାକଟକ ବାସଭଵନ ରେ ପହଁଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଶେଷ ଦର୍ଶନ କରିଥିଲେ | ଗତ କାଲି ତାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ପୁରୁଣା କଟକ ଓ ପରେ କଟକ ନିଆଯାଉଥିଲା ତେବେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ଶ୍ରୀ ଭୋକ୍ତା ଓଡିଶା ପୋଲିସ ଫୁଟବଲ ଦଳରେ ଜଣେ ଆଗ ଧାଡ଼ିର ଖେଳାଳି ଥିଲେ |

ସେ ୮୦ ଦଶକରେ ନେପାଳ ଶ୍ରୀଲଙ୍କା ଆଦି ଦେଶ କୁ ଦଳ ପକ୍ଷରୁ ଖେଳି ବିଜୟୀ କରାଇଥିବା ସହ ଦେଶ ର ବିଭିନ୍ନ ରାଜ୍ୟ ରେ ବହୁ ମ୍ୟାଚ ଖେଳି ଓଡିଶା ର ନାଁ ରଖିଥିଲେ | ଅବସର ଗ୍ରହଣ ପରେ ମଧ୍ୟ ଫୁଟବଲ ଖେଳାଳି ଙ୍କୁ କୋଚିଂ ଦେବାସହ ଖେଳ ପ୍ରତି ଆଗ୍ରହ ବଢାଇବା ପାଇଁ ଅବିରତ ଚେଷ୍ଟା କରି ଆସୁଥିଲେ | ପୁରୁଣାକଟକ ଫୁଟବଲ ଆସୋସିଏସନ ର ଉପଦେଷ୍ଟା ଭାବେ ପ୍ରତିବର୍ଷ ଜାତୀୟ ଓ ରାଜ୍ୟ ସ୍ତରୀୟ ଟୁର୍ନାମେଣ୍ଟ ର ଆୟୋଜନ କରିଆସୁଥିଲେ | ତାଙ୍କର ବିୟୋଗରେ ଏହି ଅଞ୍ଚଳର ଜଣେ ଫୁଟବଲ କିମ୍ବଦନ୍ତୀ ପୁରୁଷକୁ ହରାଇଲା ବୋଲି ଆସୋସିଏସନ ର କର୍ମକର୍ତ୍ତା କହିଛନ୍ତି |

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...