32.9 C
Balāngīr
Monday, April 28, 2025

ଅନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ଅବସରରେ ସୁଭଦ୍ରା ସଚେତନତା ଶୋଭାଯାତ୍ରା

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୫/୦୩) : ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ଅବସର ରେ ପଞ୍ଚମ ଦିବସ ରେ ପୌର ପରିଷଦ ସ୍ତରୀୟ ମହିଳା ଦିବସ ପାଳନ କରାଯାଇଛି lଅନ୍ତର୍ଜାତୀୟ

ଏହି ଉପଲକ୍ଷେ ଆଜି ସ୍ଥାନୀୟ ଉପ ଜିଲ୍ଲାପାଳ ଙ୍କ ଅଫିସ ସମ୍ବୁଖ ରୁ ବ୍ଲକ ଅଫିସ ଯାଏ ଏକ ସୁଭଦ୍ରା ସଚେତନତା ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା l ସୋନପୁର ସିଡିପିଓ ସାଗରିକା ସ୍ବାଇଁ ଙ୍କ ନେତୃତ୍ଵ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସୋନପୁର ବିଡ଼ିଓ ସଂଜୀବ କୁମାର ସାହୁ ଅତିଥି ଭାବରେ ଯୋଗ ଦେଇ ଏହାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ମହିଳା ମାନେ ସ୍ୱାବଲମ୍ବି ହେବା, ସଶକ୍ତିକରଣ ଓ ସାକ୍ଷରତା ଲକ୍ଷ୍ୟ ସହ ଘରୋଇ ହିଂସା ରୁ ବାଲ୍ୟ ବିବାହ ରୁ ମୁକ୍ତ ହେବା ଓ ସୁଭଦ୍ରା ଯୋଜନା ରେ ସାମିଲ୍ ହୋଇ ଓଡ଼ିଶା କୁ ସମୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜିର ଏହି ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା l”

ସୁଭଦ୍ରା ସହିତ ସାମିଲ୍ ହେବା -ଓଡ଼ିଶା ସମୃଦ୍ଧି ର ମଙ୍ଗ ଧରିବା ” ଇତ୍ୟାଦି ନାରା ଦେଇଥିଲେ ମହିଳା ମାନେ l ଅଙ୍ଗନୱାଡ଼ି କର୍ମୀ, ସହାୟିକା, ସ୍ଵୟଂ ସହାୟିକା ଗୋଷ୍ଠୀ ମହିଳା, ସୁଭଦ୍ରା ହିତାଧିକାରୀ ଙ୍କ ସମେତ ସ୍ବେଛାସେବୀ ମହିଳା ଓ ବୁଦ୍ଧିଜୀବି ସାମିଲ୍ ଥିଲେ l ଆସନ୍ତା କାଲି ସୋନପୁର ପଟାଭାଡ଼ି ଲୋକନାଥ ମନ୍ଦିର ସମେତ ସୋନପୁର ବ୍ଲକ ର ହରଡ ଖୋଲ ଓ ଲଛିପୂର ପଂଚାୟତ ଠାରେ ଏହି ଉପଲକ୍ଷେ ପଥ ପ୍ରାନ୍ତ ସଭା ଅୟୋଜନ କରାଯିବ ବୋଲି ସି ଡି ପି ଓ ଙ୍କ ଠାରୁ ସୁଚନା ମିଳିଛି l

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...