ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୦/୦୩) : କନ୍ଧମାଳ ଜିଲ୍ଲା ହେଉ କି ଅନ୍ୟ ଜାଗା ଗୁଡ଼ିକ ରେଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଅନଗ୍ରସରଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟରେ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ଅନ୍ତୋଦୟ ଗୃହ ଯୋଜନା ରେ ରାଇକିଆ ବ୍ଲକରେ କରିଥିବା ଆବେଦନ କାରୀଙ୍କ କାଗଜପତ୍ର ଯାଞ୍ଚ କରାଯାଇଅଛି ।
ଏହି ଯୋଜନାରେ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ, ଗୁରୁତର ଅସୁସ୍ଥ ପରିବାରର ମୁଖ୍ୟ, ଦିବ୍ୟାଙ୍ଗ, ବାସଗୃହ ନ ଥିବା ପରିବାର, ଛୋଟ ଶିଶୁ ଥିବା ବିଧବା ମହିଳାଙ୍କ କ୍ଷେତ୍ରରେ ପ୍ରାଥମିକତା ଦେଇ ହିତାଧୀକାରୀ ଚୟନ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ଆବେଦନକାରୀଙ୍କ ସମସ୍ତ ଆବଶ୍ୟକୀୟ କାଗଜ ପତ୍ର ଯାଞ୍ଚ କରାଯାଉଛି । ଆବେଦନକାରୀ ଙ୍କ ଉପସ୍ଥିତିରେ ରୁରାଲ ହାଉସିଂ ବିପିଏମ କମଲ ନାୟକ, ଏବିଡିଓ ଦିବ୍ୟସିଂ କହଁର, ସହକାରୀ ଯନ୍ତ୍ରୀ ବଣ୍ଟି ଚୌଧୁରୀ, ବିଏସଏସଓ ରାମକୃଷ୍ଣ ବେହେରା ପ୍ରମୁଖ ଯାଞ୍ଚ କରିଥିଲେ । ଓ ବହୁ ଲୋକ ମାନେ ଉପସ୍ଥିତ ଥିଲେ ।