ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୫/୧୨) : କାଶୀନଗର ସହର ର ଅଧା ଅଂଶ ଦୀର୍ଘ ଦିନ ହେଲା ଅନ୍ଧାର ରେ ରହିଥିବାରୁ ବହୂ ଲୋକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l
ଅନ୍ଧକାର ରେ ଅଧା ସହର ଷ୍ଟ୍ରିଟ ଲାଇନ ଦୀର୍ଘଦିନ ହେଲା ଠୋପ ସୂଚନା l ମୁତାବକ କାଶୀନଗର ସହର ର ଜଗନ୍ନାଥ ମନ୍ଦିର ଠାରୁ ନୂଆ କାଶୀନଗର ପ୍ରାୟ ଅଧା କିଲୋମିଟର ରାସ୍ତା ର ପାର୍ଶ୍ଵ ରେ ଥିବା ଷ୍ଟ୍ରିଟ ଲାଇନ ଦୀର୍ଘ ଦିନ ହେଲା ବନ୍ଦ ହୋଇ ସନ୍ଧ୍ୟା ହେଲେ ଘନ ଅନ୍ଧାର ହୋଉଯାଉଛି l ଯାହା ଫଳରେ ବୃଦ୍ଧ ବୃଦ୍ଧା, ଆୟାପା ଭକ୍ତ ଓ ପଥ ଚାରି ମାନେ ନାନା ଅସୁବିଧା ଭୋଗୁଛନ୍ତି l ଏଣୁ ଏନ ଏ ସି ପ୍ରଶାସନ ଓ ବିଦ୍ୟୁତ ବିଭାଗ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହୋଇଛି l ନିର୍ବାଚିତ କାଉନସିଲ ଓ ପ୍ରଶାସନ ନିଦା ବିଷ୍ଣୁ ସାଜି ବସି ଥିବା ରୁ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି l