32.9 C
Balāngīr
Friday, April 25, 2025

ଅନ୍ବେଷା ହଷ୍ଟେଲ ଛାତ୍ରମାନଙ୍କୁ ସହାପାଠି ଙ୍କ ମରଣାନ୍ତକ ଆକ୍ରମଣ ଭିଡିଓ ଭାଇରଲ୍ ଘଟଣା; ଦାୟିତ୍ବରୁ ହଟିବେ ଲେଡି ହଷ୍ଟେଲ୍ ସୁପରିଟେଣ୍ଡେଣ୍ଟ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ଗୁଣୁପୁର, (୧୦/୦୩) : ଗୁଣୁପୁର ତହସିଲ୍ ଅଫିସ୍ ନିକଟ ରେ ଥିବା ୧୦୦ ଶର୍ଯ୍ୟା ବିଶିଷ୍ଟ ଅନ୍ବେଷା ହଷ୍ଟେଲ୍ ରେ ସହପାଠୀ ଛାତ୍ରମାନେ ତିନି ଜଣ ଛାତ୍ର କୁ ମରଣାନ୍ତକ ଆକ୍ରମଣ କରୁଥିବା ଭିଡିଓ ଭାଇରଲ୍ ହୋଇଥିଲା।WhatsApp Image 2025 03 10 at 09.33.28 ଅନ୍ବେଷା ହଷ୍ଟେଲ ଛାତ୍ରମାନଙ୍କୁ ସହାପାଠି ଙ୍କ ମରଣାନ୍ତକ ଆକ୍ରମଣ ଭିଡିଓ ଭାଇରଲ୍ ଘଟଣା; ଦାୟିତ୍ବରୁ ହଟିବେ ଲେଡି ହଷ୍ଟେଲ୍ ସୁପରିଟେଣ୍ଡେଣ୍ଟ

ଆକ୍ରମଣ ଶିକାର ହେଇଥିବ ଛାତ୍ର ଅଭିଜିତ୍ ଶବର ନବମ ଶ୍ରେଣି ଉଥାପା ଶବର ଅଷ୍ଟମ ଶ୍ରେଣି , ପବିତ୍ର ଶବର ଅଷ୍ଟମ ଶ୍ରେଣି ଛାତ୍ର ରହିଛନ୍ତି। କିଛି ଛାତ୍ର ମରଣାନ୍ତକ ଆକ୍ରମଣ କରୁଥିବା ଭିଡିଓ ମୋବାଇଲ୍ କ୍ୟାମେରା ରେ କଏଦ୍ କରି ଭାଇରଲ୍ କରିଥିଲେ। ଗୁଣୁପୁର ବିଡିଓ ଏହା ଦେଖି ହଷ୍ଟେଲ୍ ରେ ଘଟଣା ଉପରେ ଦୃଷ୍ଟି ଦେବା ପାଇଁ ମଙ୍ଗଳ ବିଭାଗ କୁ ଅବଗତ କରାଇଥିଲେ। ଏହାପରେ ମଙ୍ଗଳବିଭାଗ ହଷ୍ଟେଲ୍ କୁ ଯାଇ ତଦନ୍ତ ଆରମ୍ଭ କରିଛି। ଜିଲ୍ଲା ମଙ୍ଗଳ ଅଧିକାରି ଅସିମା ରାଓ ଓ ଗୁଣୁପୁର ପୋଲିସ୍ ଥାନା ଅଧିକାରି ଉତମ କୁମାର ସାହୁ ହଷ୍ଟେଲ ପରିସରକୁ ଯାଇ ଛାତ୍ର ମାନଙ୍କୁ ପଚରାଉଚୁରା କରିଛନ୍ତି। ଆହତ ଥିବା ଛାତ୍ର ମାନଙ୍କୁ ବୁଝାଇ ପରିବାର କର୍ତୁପକ୍ଷ ଙ୍କୁ ହସ୍ତାନ୍ତର କରିଛନ୍ତି ।

ହଷ୍ଟେଲ ପରିଚାଳନା ଉପରେ ଦାୟି କରିଛନ୍ତି ଆହତ ଛାତ୍ରର ପରିବାର। ହଷ୍ଟେଲ ରେ କିଛି ଛାତ୍ର ମାନଙ୍କ ପାଇଁ ବିଶୃଙ୍ଖଳା ହେଉଛି ତେଣୁ ସେମାନଙ୍କୁ ହଷ୍ଟଲ୍ ରୁ ବାହାର କରିବା ପାଇଁ ଭିଭାବକ ମାନେ ରବିବାର ଦିନ ମୁଖ୍ୟ ଫାଟକ ସମ୍ନୁଖରେ ଦାବି କରିଥିଲେ। ଏ ସଂମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରି ତଦନ୍ତ କରି ଆକ୍ରମଣ କାରି ଛାତ୍ର ମାନଙ୍କ ଉପରେ ଜିଲ୍ଲାପାଳଙ୍କୁ ଅବଗତ କରାଇବେ। ଉପରିସ୍ତ ଅଧିକାରି ଯାହା ନିଷ୍ପତି ନେବେ କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରି ଅସିମା ରାଓ। ହଷ୍ଟେଲ ଦାୟିତ୍ବରେ ଥିବା ସୁପରିଟେଣ୍ଡେଣ୍ଟ ଜଣେ ଲେଡି ରହିଛନ୍ତି। ସେ ଦୁଇଟି ହଷ୍ଟେଲ୍ ପରିଚାଳନା କରୁଛନ୍ତି। ଏଣୁ ଏଠାରେ ସଠିକ୍ ଭାବେ ହଷ୍ଟେଲ ପରିଚାଳନା ହୋଇପାରୁନଥିବା ନେଇ ମଙ୍ଗଳ ବିଭାଗ ଲେଡିଙ୍କୁ ହଟାଇ ଜଣେ ପୁରୁଷ ସୁପରିଟେଣ୍ଡେଣ୍ଟ ଙ୍କୁ ଦାୟିତ୍ବ ଦେବା ପାଇଁ ନିଷ୍ପତି ନେଇଥିବା କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରି ଅଶିମା ରାଓ।

ଜିଲ୍ଲାପାଳଙ୍କୁ ଏହାର ତଦନ୍ତ ରିର୍ପୋଟ ଦିଆଯିବା ନେଇ କହିଛନ୍ତି। ଭାଇରଲ ଭିଡିଓ ଦେଖିଲେ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରି ଙ୍କ ନିଦ ହଜାଇ ଦେଇଛି। ହଷ୍ଟେଲ୍ ରେ ପ୍ରଥମ ରୁ ଦଶମ ପର୍ଯ୍ୟନ୍ତ ଅନୁସୁଚିତ ଜାତି ଓ ଜନଜାତି ପିଲାଙ୍କୁ ହଷ୍ଟେଲ୍ ରେ ରଖି ଉଚ ଶିକ୍ଷା ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି। ସହରାଞ୍ଚଳର ଶିକ୍ଷା ଯୋଜନାରେ ହଷ୍ଟେଲ୍ ରେ ଛାତ୍ର ମାନେ ରହି ବିଭିନ୍ନ ଇଂରାଜୀ ବିଦ୍ୟାଳୟ ଗୁଡିକରେ ଶିକ୍ଷା ଅର୍ଜନ କରିବା ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏହି ଭିଡିଓ ଦେଖିଲେ ଛାତ୍ର ମାନେ କିଭଳି ଶିକ୍ଷା ଅର୍ଜନ କରୁଛନ୍ତି ତାହା ଷ୍ପଷ୍ଟ ଅନୁମେୟ। ଛାତ୍ର ମାନେ ହଷ୍ଟେଲ୍ ରେ କେତେ ଶୁରକ୍ଷିତ ତାହା ବଡ ପ୍ରଶ୍ନ ଉଠିଛି? ଆଜି ଅଭିଭାବକ ଓ ଲୋକପ୍ରତିନିଧି ମାନେ ଜିଲ୍ଲା ମଙ୍ଗଳ ଅଧିକାରି ଙ୍କୁ ମିଶି ହଷ୍ଟେଲ ସୁରକ୍ଷା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଟାନ ପାଇଁ ଦାବି କରିଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ଇଜ୍ଞାନ ଗମାଙ୍ଗ,ଟଲଣା ସରପଞ୍ଚ ସନ୍ତୋଷି ଶବର,ତରୁଣି ଶତପଥୀ,ବିଜେପିର କିଛି ନେତା ଲୋକ ପ୍ରତିନିଧି ଦାବି ଜଣାଇଛନ୍ତି।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...