32.9 C
Balāngīr
Wednesday, April 23, 2025

ଅନ୍ଵେଷା ଛାତ୍ରାବାସରେ ଛାତ୍ରଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

( ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଘେରିଲେ ଅଭିଭାବକ, କଠୋର କାର୍ଯ୍ୟାନୁଷ୍ଠାନ ଦାବି)
ଗୁଣପୁର : ୧୦/୩/୨୫(ଆପ୍ର): ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲ ଅଫିସ ନିକଟରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଅନ୍ଵେଷା ଛାତ୍ରାବାସରେ ସହପାଠୀ ଛାତ୍ର ମାନେ ତିନିଜଣ ଛାତ୍ରଙ୍କୁ ମରଣାତ୍ମକ ଆକ୍ରମଣ ଘଟଣା ଏବେ ମୋବାଇଲ ରୁ ମୋବାଇଲ ଘୁରିଵା ପରେ ମଙ୍ଗଳ ବିଭାଗର ଚେତା ଫେରିଛି ।1578 ଅନ୍ଵେଷା ଛାତ୍ରାବାସରେ ଛାତ୍ରଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ପୂର୍ବରୁ ଏହି ହଷ୍ଟେଲର ଛାତ୍ର ମାନେ ମୋବାଇଲ ଚୋରି ଉଦ୍ୟମ , ମଦ୍ୟପାନ କରିବା , ହଷ୍ଟେଲରେ ଗଣ୍ଡା ଗଣ୍ଡା ମୋବାଇଲ ରଖିବା , ପାନ ପୁଡିଆ ଖାଇବା ଭଳି କାର୍ଯ୍ୟରେ ଲିପ୍ତ ଥିଲେ ମଧ୍ୟ ୱ।ଡେନ , ହଷ୍ଟେଲ କର୍ତ୍ତୃପକ୍ଷ ଓ ବ୍ଲକ ମଙ୍ଗଳ ଅଧିକାରୀଙ୍କ ସଲାସୁତୁରାରେ ଏସବୁ ଚପାଇ ଦିଆଯାଉଥିଲା । ଏଭଳି ଅମାନୁଷିକ କାଣ୍ଡ ୪/୩/୨୫ ତାରିଖରେ ରାତିରେ ଘଟିଥିଵା ସତ୍ତ୍ଵେ ୮ ତାରିଖରେ ଭିଡିଓ ଭାଇରାଲ ହେବାପରେ ମଙ୍ଗଳ ବିଭାଗର ଅମଙ୍ଗଳ କାର୍ଯ୍ୟ ପଦାକୁ ଆସିଥିଲା । ଘଟଣାକୁ ଚପାଇ ରଖିବାକୁ ଚେଷ୍ଟା କରି ଆହତ ଛାତ୍ର ଅଭିଜିତ ଶଵର ,ଉଥାପା ଶଵର ଓ ପବିତ୍ର ଶଵରକୁ ଗୁଣପୁର ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରି ଅଭିଭାବକ ଙ୍କୁ ଡାକି ଛାତ୍ରଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା । ତେବେ ମଙ୍ଗଳ ବିଭାଗର ଏପରି ଲୁଚକାଳି ଖେଳ ଭିଡିଓ ଭାଇରାଲ ହେବାପରେ ପଦାରେ ପଡ଼ିଥିଲା । ଚଳଚଞ୍ଚଳ ହୋଇଉଠିଥିଲା ମଙ୍ଗଳ ବିଭାଗ ।724 ଅନ୍ଵେଷା ଛାତ୍ରାବାସରେ ଛାତ୍ରଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ ଓ ଗୁଣପୁର ଥାନା ଅଧିକାରୀ ଉତ୍ତମ କୁମାର ସାହୁ ହଷ୍ଟେଲ ଆସି ଛାତ୍ର ମାନଙ୍କୁ ପଚରାଉଚରା କରିଥିଲେ । ଭିଡିଓ ଦେଖି ଅଭିଭାବକ ମାନେ ପହଞ୍ଚି ପାଟିତୁଣ୍ଡ କରିବା ସହ ଘଟଣାରେ ସମ୍ପୃକ୍ତ ଛାତ୍ର , ୱ।ଡେନ , ସୁପରିଟେଣ୍ଟଙ୍କୁ ତୁରନ୍ତ କାର୍ଯ୍ୟରୁ ହଟାଇଵା, ହଷ୍ଟେଲରେ ସିସି କ୍ୟାମେରା ଲଗାଇବା ଓ ମାସରେ ଦୁଇଥର ମିଟିଙ୍ଗ କରିବାକୁ ଦାବୀ କରିଥିଲେ । ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଛାତ୍ର ମାନଙ୍କୁ ହଷ୍ଟେଲକୁ ଛାଡିବେ ନାହିଁ ବୋଲି ଅଭିଭାବକମାନେ କହିଥିଲେ । ହଷ୍ଟେଲ କର୍ତ୍ତୃପକ୍ଷ ଓ ମଙ୍ଗଳ ବିଭାଗ ଦୁର୍ନୀତିରେ ଲିପ୍ତ ରହି ଏପରି ଏକ ସମ୍ବେଦନଶୀଳ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଥିବା ବେଳେ, ଛାତ୍ରାବାସରେ ଛାତ୍ରମାନେ କେତେ ସୁରକ୍ଷିତ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...