32.9 C
Balāngīr
Wednesday, April 30, 2025

ଅନ୍ଵେଷା ହଷ୍ଟେଲରେ ଛାତ୍ରଙ୍କୁ ମାଡ ମରା ଭିଡିଓ ଭାଇରାଲ; ହଷ୍ଟେଲରେ ପହଞ୍ଚିଲେ ପୋଲିସ ଓ ଅଧିକାରୀ ,ଛାତ୍ରଙ୍କ ଉଦ୍ଧତ ପଣିଆକୁ ନେଇ ବଢିଛି ଚିନ୍ତା

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ଗୁଣପୁର, (୧୦/୩) : ରାୟଗଡା ଜିଲ୍ଲା ଗୁଣପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଥିବା ଅନ୍ୱେସା ଛାତ୍ରାବାସ ରେ ଦୁଇ ଛାତ୍ରଙ୍କୁ ଅନ୍ୟ କିଛି ଛାତ୍ର ମାନେ ନିର୍ଧୁମ ମାଡ଼ ମାରୁଥିବା ଭିଡିଓ ବର୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି l

ଭିଡିଓ ଭାଇରାଲ ହେଲା ପରେ ଅଂଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି l ଘଟଣା ପରେ ଆହତ ଛାତ୍ର ମାନଙ୍କୁ ମେଡିକାଲରେ ଚିକିତ୍ସା କରି ତଦନ୍ତ ଚଳାଇ ଥିବା ଜଣା ପଡିଛି l ଭିଡିଓ ରେ ଛାତ୍ରା ବାସର କିଛି ଛାତ୍ର ତାଙ୍କ ଠାରୁ ଛୋଟ ଥିବା ପିଲାଙ୍କୁ ମାଡ ମାରୁଥିବା ଦେଖିବାକୁ ମିଳିଛି l ହଷ୍ଟେଲରେ ଏଭଳି ବ୍ୟବସ୍ଥାକୁ ସାଧାରଣରେ ନିନ୍ଦା କରାଯାଇଛି l ଏହି ଘଟଣା ପରେ ଆଜି ମାଡ ଖାଲିଥିବା ଛାତ୍ରର ଅବିଭାବକ ଓ ତାଙ୍କ ସମ୍ପର୍କିୟ ମାନେ ଆସି ଛାତ୍ରାବାସ ସମ୍ମୁଖରେ ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ପୋଲିସ ଓ ବିଭାଗିୟ ଅଧିକାରୀ ଛାତ୍ରାବାସରେ ପହଞ୍ଚିଥିବା ଦେଖିବାକୁ ମିଳିଛି।

ଅନ୍ଯପକ୍ଷେ ଏହି ଛାତ୍ରାବାସର କେତେକ ଛାତ୍ରଙ୍କ କିଛିଦିନ ହେଲା ଚଳାଇଥିବା ଉଦ୍ଧତ ପଣିଆକୁ ନେଇ ସାଧାରଣରେ ଚିନ୍ତା ପ୍ରକଟ ହୋଇଛି। ଏହି ଛାତ୍ରାବାସ ଦାୟିତ୍ବରେ ଥିବା ମହିଳା କର୍ମଚାରୀ ମାନେ ଥିବାରୁ ମହିଳା ମାନଙ୍କ ସରଳତାର ସୂଯୋଗ ନେଇ କେତେକ ଛାତ୍ର ଉଦ୍ଧତ ହେଉଥିବା ଖବର ମଧ୍ୟ ଜଣାପଡ଼ିଛି। କେତେକ ଛାତ୍ର ଗ୍ରିଲ ଭାଙ୍ଗିବା, କାନ୍ଥ ଡେଇଁ ବାହାରକୁ ଯାଉଥିବା, ଯୋର ଜବରଦସ୍ତ ମୋବାଇଲ ବ୍ଯବହାର କରିବା ଭଳି ଆଚରଣ ଗୁଡାକ ସ୍ଥାନୀୟ ଲୋକେ ଦେଖିଥିବା କହୁଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପରିବାର ଧରି ରହୁଥିବା ଲୋକେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଏହିଭଳି ଦୁଷ୍ଟ ଓ ମାନମୁଖତା କରିଥିବା ଛାତ୍ର ମାନଙ୍କ ଯୋଗୁଁ ଅନ୍ୟ ଛାତ୍ର ମାନେ ମଧ୍ୟ ବିଶୃଙ୍ଖଳିତ ହେଉଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ସରକାର ଙ୍କ କଢ଼ା ନଜର ରହୁ ନ ଥିବାରୁ ସରକାରି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଏହିଭଳି ସମସ୍ୟା ଦେଖା ଦେଇଛି ବୋଲି ଚର୍ଚ୍ଚା ଜୋର ଧରିଛି ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...