ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୮/୨) : ମୁରିବାହାଲ ବ୍ଲକ ଇଛାପଡା ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଭଣ୍ଡାରବାଞ୍ଜି ପ୍ରଧାନ ଶିକ୍ଷକ ଶ୍ରୀ ବିଜୁ ନାଗ ଅବସର ଗ୍ରହଣ କରିଛନ୍ତି ।
ଏହି ଅବସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିଆରିଅବସର ଦିନ ଫାଇନାଲ ପେନସନ ଏବଂ ଡିସିଆରଜି ପ୍ରଦାନ କରିଥିଲେ । ଏହି ଅବସରରେ ଏକ ସଭାର ଆୟୋଜନ ଅନୁଷ୍ଠିତ ହୋଇଥିଲା ।ମୁଖ୍ୟଅତିଥି ରୂପେ ଅବସର ପ୍ରାପ୍ତ ବିଇଓ ଭୋଳାନାଥ କୁମ୍ଭାର, ସମ୍ମାନୀତି ଅତିଥି ରୂପେ ଏବିଇଓ କମ୍ ବିଆରସିସି କୈଳାସ ଚନ୍ଦ୍ର ଭୋଇ, ଏବିଇଓ କାନ୍ତାରାମ ଧରୁଆ, ସିଆରସିସି ବିଭୁଦତ୍ତ ବିକ୍ରମ କେଶରୀ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଅତିଥି ବୃନ୍ଦ ଫୁଲଗୁଛ, ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରିବା ସହ ଶ୍ରୀ ନାଗ ଶିକ୍ଷକ ସମାଜ ରେ ଏକ ମୂର୍ତ୍ତିମନ୍ତ ଆଲୋକବର୍ତ୍ତିତା ସେ ଜଣେ ମେଳାପୀ ଛାତ୍ର ବତ୍ସଲ, ପରୋପକାରୀ ଶିକ୍ଷକ ବୋଲି କହିଥିଲେ ।
ଆଗାମୀ ଜୀବନ ସୁଖମୟ ଓ ସମୃଦ୍ଧିମୟ ହେଉ ବୋଲି ଅତିଥି ବୃନ୍ଦ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ /ଶିକ୍ଷୟିତ୍ରୀ କୁଞ୍ଜବିହାରୀ କୁଁଅର, ଆରତୀ ସିଂ ବରିହା, ପ୍ରମିଳା ସୁନା, ରିତୁ ଭୋଇ, ଶୁଭରାଜ ବଗର୍ତ୍ତୀ, ଜଗମୋହନ ରାଉତ, ଅର୍ଜୁନ ଭୋଇ, ଉମେଶ ମାଝୀ, ସବିତା ପ୍ରଧାନୀ, ପ୍ରକାଶ ପ୍ରଧାନ, ଦିବ୍ୟକାନ୍ତି ଭୋଇ, ନମିତା ଯାନୀ, ସୌଦାମିନୀ ରାଜ ପଲିଆ,ହୃଷିକେଶ ଆଦା, ସୁଶୀଲ ଭୋଇ, ଶଶୀ ବାଗ, ଉଦୟ ସାହୁ, ରୁଷବ ଭୋଇ, ନୀଳିମା ସୁନା, ମହେନ୍ଦ୍ର ମାଝୀ, ବଳରାମ ତ୍ରିପାଠୀ, ଧର୍ମେନ୍ଦ୍ର ମାଝୀ, ଆନନ୍ଦ ମାଝୀ, ଆରତୀ ମହାନନ୍ଦ, ସଞ୍ଜୟ ସାହୁ, ଶତୁର୍ଭୁଜ ମାଝୀ, ବୈକୁଣ୍ଠ ମେହେର ପ୍ରମୁଖ ଉପସ୍ଥିତଥିଲେ । ଭୋଜରାଜ ପଧାନ ମଞ୍ଚ ପରିଚାଳନା କରିଥିବାବେଳେ ଜିତେନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।