32.9 C
Balāngīr
Friday, April 25, 2025

ଅବସର କାଳୀନ ସମ୍ବର୍ଦ୍ଧନା ଦିନ ଫାଇନାଲ ପେନସନ୍ ପ୍ରଦାନ କଲେ ବିଇଓ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ମୁରିବାହାଲ ତା ୩୧/୩-ଆପ୍ର): ମୁରିବାହାଲ ବ୍ଲକ ସିରୋଲ ପଞ୍ଚାୟତ ଅନ୍ତର୍ଗତ ଚି଼ଙ୍ଗେରମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଶିତ ମହାନନ୍ଦ ଅବସର ଗ୍ରହଣ କରିଛନ୍ତି | ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା | ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିଆରି ଯୋଗଦେଇ ଫାଇନାଲ ପେନସନ ଅବସର ଗ୍ରହଣ ଦୀନ ପ୍ରଦାନ କଲେ |46da7a64 94b5 46e0 9fd9 e7d2064d7141 ଅବସର କାଳୀନ ସମ୍ବର୍ଦ୍ଧନା ଦିନ ଫାଇନାଲ ପେନସନ୍ ପ୍ରଦାନ କଲେ ବିଇଓ

ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ସିଆରସିସି ସୁଧୀର କୁମାର ନାଗ , ପରିଚାଳନା କମିଟି ସଭାପତି ମହେନ୍ଦ୍ର ବନଛୋର, ତେନ୍ତୁଳୀଖୁଣ୍ଟି ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟ କୁମ୍ଭାର,ଅବସର ପ୍ରଧାନ ଶିକ୍ଷକ ଶୀତ ମହାନନ୍ଦ,ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମୋହନ ଚରଣ ସାହୁ ମଞ୍ଚାସିନ ଥିଲେ | ଶ୍ରୀ ମହାନନ୍ଦ ଶିକ୍ଷାଦାନ ପ୍ରତି ପ୍ରତିବଦ୍ଧତା, ବିଦ୍ୟାଳୟ ପ୍ରତି ସମର୍ପି ମନଭାବ ଥିଲା | ମୁଖ୍ୟ ଅତିଥି ବିଇଓ ଶ୍ରୀ ପଢିଆରୀ,ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରିଥିଲେ | ଶ୍ରୀ ମହାନନ୍ଦ ଶିକ୍ଷକ ସମାଜ ରେ ଏକ ମୂର୍ତ୍ତିମନ୍ତ ଆଲୋକବର୍ତ୍ତିତା ସେ ଜଣେ ମେଳାପୀ ଛାତ୍ର ବତ୍ସଲ , ପରୋପକାରୀ, ଶିକ୍ଷକ ଥିଲେ | ଆଗାମୀ ଜୀବନ ସୁଖମୟ ଓ ସମୃଦ୍ଧିମୟ ହେଉ ବୋଲି କାମନା କରିଥିଲେ | ବିଇଓ ଶ୍ରୀ ପଢିଆରି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କୁ ଦାଇତ୍ୱ ଦେଇଥିଲେ |

ରାୟଗଡା ଜିଲ୍ଲାରେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ

ଏହି ଅବସରେ ରାଜ୍ୟ ପୁରସ୍କୃତ ବଂଶୀଵାଦକ ତଥା ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପଟ୍ଟନାୟକ ବଂଶୀ ବାଦନକରି ସମସ୍ତଙ୍କ ମନ ମୋହିଥିଲେ | ପ୍ରଧାନ ଶିକ୍ଷକ ନକୁଳ ଦୀପ ଓ ପ୍ରଧାନ ଶିକ୍ଷକ ରଞ୍ଜନ ସାହୁ କାର୍ଯ୍ୟକ୍ରମ ସମସ୍ତ ବ୍ୟବସ୍ଥା କରିଥିଲେ | ଏହି ଅବସରରେ ୱାର ମେମ୍ବର ନରେନ୍ଦ୍ର ମହାରଣା, ଆଲୁମିନି ସଭାପତି ବିନୋଦ ଦୀପ, ପରିଚାଳନା ମେମ୍ବର ଦେବରାଜ ପାତ୍ର, ସହକାରୀ ଶିକ୍ଷୟିତ୍ରୀ ସ୍ନେହମଞ୍ଜରୀ ପାଢ଼ୀ ସମେତ ୧୫ ଗୋଟି ବିଦ୍ୟାଳୟ ପ୍ରଧାନ ଶିକ୍ଷକ /ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ | ସହକାରୀ ଶିକ୍ଷକ ସଞ୍ଜୟ ନାୟକ ମଞ୍ଚ ପରିଚାଳନା କରିଥିବାବେଳେ ସହକାରୀ ଶିକ୍ଷକ ଲିଲୁ ମୋହନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ |

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...