ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୨/୦୨) : ପେନସନ ପାଇଁ ପୂର୍ବ ଭଳି ଆଉ କୌଣସି କର୍ମଚାରୀ ହଇରାଣ ହେବେନି । ଏହାକୁ ଦୃଷ୍ଟି ରେ ରଖି ସରକାରୀ କର୍ମଚାରୀଙ୍କ ଅବସର ଦିନ ହିଁ ପେନସନ ମିଳିବାର ବ୍ୟବସ୍ଥା ସରକାର କରିଛନ୍ତି ।
ରାଇକିଆ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା ଙ୍କ ପ୍ରୟାସ ରେ କନ୍ଧ ମାଳ ଜିଲ୍ଲା ରାଇକିଆ ବ୍ଲକ୍ ରେ ପ୍ରଥମ ଥର ପାଇଁ ଶୁକ୍ରବାର ଅବସର ଗ୍ରହଣ କରିଥିବା ଚୂନପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଞ୍ଜୀବ ନାୟକ ଙ୍କୁ ଅବସର ଦିନ ହିଁ ଫାଇନାଲ ପେନସନ ପ୍ରଦାନ କରାଯାଇଛି । ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ସମେତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସାରଥୀ କହଁର ଙ୍କ ଉପସ୍ଥିତି ରେ ଅବସର କାଳୀନ ଶୁଭେଛା ଜଣାଇବା ସହ ପେନସନ ପ୍ରଦାନ କରାଯାଇଥିଲା ।