ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୬/୦୫) : ସୁବର୍ଣ୍ଣପୁର ମାଟିର ସୁନା ପୁଅ ଓଡ଼ିଶା ଓ କଲିକତା ର ଅବସର ପ୍ରାପ୍ତ ନ୍ୟାୟ ମୂର୍ତ୍ତୀ ଜଷ୍ଟିସ ଚିତ୍ତରଞ୍ଜନ ଦାଶ ଙ୍କ ଅବସର ପରେ ଆଜି ସନ୍ଧ୍ୟାରେ ସୋନପୁର ସହର କୁ ପହଞ୍ଚିଥିଲେ l
ପ୍ରଥମେ ସହରର ନଳିନୀ ଛକ ଠାରେ ଶ୍ରୀ ଦାଶ ଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଥିଲା l ସେଠାରୁ ସହର ବାସୀ ଙ୍କ ସହିତ ପଦଯାତ୍ରା କରି ଇଷ୍ଠ ଦେବୀ ମା ସୁରେଶ୍ଵରୀ ମନ୍ଦୀର କୁ ପହଞ୍ଚି ଶ୍ରୀ ଦାଶ ମା ଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥିଲେ l ପରେ ପରେ ଏକ ସ୍ଵାଗତ ସଭାରେ ଶ୍ରୀ ଦାଶ ତାଙ୍କ ଚାକିରୀ କାର୍ଯ୍ୟକାଳ ମଧ୍ୟରେ ସୁରେଶ୍ଵରୀ ମାଆ ଙ୍କ ପୀଠ ସମେତ ସୁବର୍ଣ୍ଣପୁର ଜିଲ୍ଲା ର ଦ୍ରୁତ ବିକାଶ ଲାଗି ଶାସକ ପ୍ରଶାସକ ମାନଙ୍କ ମଧ୍ୟରେ ସବୁବେଳେ ବୁଝାମଣା ଜାରି ରଖି ଆସୁଥିଲେ ବୋଲି ଆଇନଜିଵୀ ପ୍ରଦୀପ ପୁରୋହିତ ସ୍ଵାଗତ ଭାଷଣ ରେ କହିଥିଲେ l
ମା ସୁରେଶ୍ଵରୀ ଏଭଳି ଏକ ଭଲ ମଣିଷ ସୋନପୁର ର ଗୌରବ ଶ୍ରୀ ଦାଶ ଙ୍କୁ ଆହୁରି ଭଲ କାମରେ ଆଗକୁ ବଢ଼ିବାରେ ସବୁବେଳେ ଶକ୍ତି ଓ ଆଶିର୍ବାଦ ପ୍ରଦାନ କରନ୍ତୁ ବୋଲି ମତ ରଖିଥିଲେ ଏବଂ ଅବସର ପରେ ମା ଙ୍କ ପୀଠ ଓ ଜିଲ୍ଲା ର ବିକାଶ ଦିଗରେ ସମର୍ପିତ ଭାବେ ସେବା କରିବି ବୋଲି ଶ୍ରୀ ଦାଶ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ l ଏ ମାଟି ର ଗୌରବ ଶ୍ରୀ ଦାଶ ଙ୍କୁ ଆଜି ସ୍ୱଚ୍ଛ ଭାରତ, ବରିଷ୍ଠ ନାଗରିକ ସଂଗଠନ , ସୁରେଶ୍ୱରୀ ମନ୍ଦିର ପୂଜକ ସଂଘ, ମାଆ ଙ୍କ ଯଜ୍ଞ କମିଟି ଓ ସହର ର ଅନେକ ସଙ୍ଗଠନ ପକ୍ଷରୁ ସନ୍ଧ୍ୟା ରେ ନଳିନୀ ଛକ ଠାରୁ ଭବ୍ୟ ସ୍ଵାଗତ କରି ମା ସୁରେଶ୍ଵରୀ ଙ୍କ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ l