32.9 C
Balāngīr
Friday, April 25, 2025

ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟ ଶିବିରରେ ଚିକିତ୍ସା ସେବା ପାଇଲେ ୫୧ମହିଳା

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର , (୨୫/୦୧): ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ର ନୂଆଁବଜାର ଠାରେ ରାଜ୍ୟସ୍ତରିୟ ଅଭିଜିତ ପୂଜାହାରୀ ସୃତି କମିଟି ଆନୁକୁଲ୍ୟରେ ମହିଳା ମାନଙ୍କ ପାଇଁ ଏକ ମାଗଣା ଚିକିତ୍ସା ଶିବିର ଅନୁଷ୍ଟିତ ହୋଇଯାଇଛି ା

ଏହି ଅବସରରେ ବୁର୍ଲା ଭିମସାର ର ସ୍ତ୍ରୀ ଓ ପ୍ରସୂତି ବିଭାଗ ପ୍ରଫେସର ଡ଼ା ବେଣୁଧର ପାଣ୍ଡେ ଯୋଗଦେଇ ବିନିକା- ୨୯ଜଣ ଓ ତାଙ୍କ ଡ଼ା ପାଣ୍ଡେଙ୍କ ଜନ୍ମ ମାଟି ସଂସାମୁରା ଗ୍ରାମରେ ୨୨ ଜଣ ସମୁଦାୟ ୫୧ ଜଣ ମହିଲାଙ୍କୁ ମାଗଣା ଚିକିତ୍ସା ସେବା ଯୋଗୋଇ ଦେଇଥିଲେ ା ଶିବିର ଆରମ୍ଭରୁ ଅଭିଜିତ ସ୍ମୃତି ଦେୟମୁକ୍ତ ଚିକିତ୍ସାଳୟରେ ଯୁବ ଅଭିନେତା ,କଳାକାର,ସଂଙ୍ଗୀତଜ୍ଞ ତଥା ବିନିକା ମାଟିର ସୁଯୋଗ୍ୟ ସନ୍ତାନ ସ୍ବର୍ଗତ ଅଭିଜିତ ପୂଜାହାରୀଙ୍କ ଫଟୋଚିତ୍ରରେ ପ୍ରଫେସର ଡ଼ା. ପାଣ୍ଡେ ଙ୍କ ସହ ଅନ୍ୟମାନେ ପୁଷ୍ପ ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ ।

ଏହା ସହ ସେବାର ପଟାନ୍ତର ନାହିଁ ମାନବ ସେବା ହିଁ ମାଧବ ସେବା ବୋଲି ପ୍ରଫେସର ଡ଼ା. ପାଣ୍ଡେ ପ୍ରକାଶ କରିଥିଲେ । ଦୀର୍ଘ ବର୍ଷ ହେବ ପ୍ରତ୍ୟେକ ମାସ ଚତୁର୍ଥ ଶନିବାର ଦିନ‌ ବିନିକା ନିଜଜନ୍ମ ମାଟିକୁ ଛୁଟି ଆସି ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟ ଶିବିରରେ ମାଗଣାରେ ମହିଳା ମାନଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଥିବାରୁ ବିନିକା ଅଞ୍ଚଳର ଶହଶହ ମହିଲା ଉପକୃତ ହେଉଛନ୍ତି । ଏହି ସେବା ସ୍ବର୍ଗତ ଅଭିଜିତ ପୂଜାହାରୀଙ୍କ ପ୍ରତି ଶ୍ରଦ୍ଦାଞ୍ଜଳି ବୋଲି ଡ଼ା ପାଣ୍ଡେ ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଏଲଟି ଅନନ୍ତରାମ ଷାଣ୍ଢ, କମିଟି ଲିଗାଲ ଏଡ଼ଭାଇଜର ଓକିଳ ବୃନ୍ଦାବନ ମିଶ୍ର, ଉପଦେଷ୍ଟା ଗଜେନ୍ଦ୍ର ମିଶ୍ର, ସୌମିତ୍ରୀ ପତି, ଅଶୋକ ପାଣ୍ଡେ,ଭୂବନେଶ୍ବର ସାହୁ, ସଞ୍ଜୟ ସାହୁ,ପଦ୍ମ ଲୋଚନ ପଣ୍ଡା, କୈଳାଶ ଗଣ୍ଡ, ରଘୁମଣି ପଣ୍ଡା, ରାଜ୍ୟସ୍ତରୀୟ ଅଭିଜିତ ପୂଜାରୀ ସ୍ମୃତି କମିଟି ସଭାପତି ଅର୍ଚ୍ଚନା ପୂଜାହାରୀ , ସମ୍ପାଦକ ପ୍ରିୟରଞ୍ଜନ ହୋତା, କୁନ୍ତୀ ପଧାନ, ବାସନ୍ତି ପାଣ୍ଡେ ,ଶେଷଦେବ ମଣ୍ଡଳ, ସ୍ବର୍ଗତ ଅଭିଜିର ପୂଜାହାରୀ ଅଭାଗା ବାପା ଅକ୍ଷୟ ପୂଜାହାରୀ, ମାଁ ଗୀତାଞ୍ଜଳି ପୂଜାହାରୀଙ୍କ ସହ ଅଞ୍ଚଳର ମାନ୍ୟଗନ୍ୟ ବ୍ୟକ୍ତି ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...