32.9 C
Balāngīr
Wednesday, April 30, 2025

ଅଭ୍ୟାସ ଟେକ୍ନୋ ସ୍କୁଲରେ କ୍ରୀଡା ପ୍ରତିଯୋଗିତା

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ – ବିରଞ୍ଚି ପ୍ରସାଦ ଶତପଥୀ
ପଦ୍ମପୁର : ୧୬/୧୨/୨୪ : ଅଭ୍ୟାସ ଟେକ୍ନୋ ସ୍କୁଲ ,ପଦ୍ମପୁର ଠାରେ ତିନି ଦିନ ଧରି ଚାଲିଥିବା କ୍ରୀଡା ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି । ତିନି ଦିନ ଧରି ପିଲାମାନେ ବିଭିନ୍ନ ଖେଳକୁଦ ପ୍ରତିଯୋଗିତାରେ ଭାଗନେଇଥିଲେ । ପିଲାଙ୍କ ସହ ମାଆ ମାନେ ଖେଳ ପ୍ରତିଯୋଗିତାରେ ଭାଗନେବା ଶେଷ ଦିନର ମୂଖ୍ୟ ଆକର୍ଷଣ ଥିଲା ।81e5842c e821 49d0 a668 fcd80d0b2de5 ଅଭ୍ୟାସ ଟେକ୍ନୋ ସ୍କୁଲରେ କ୍ରୀଡା ପ୍ରତିଯୋଗିତା

ମାଆ ମାନଙ୍କ ମୁହଁର ହସ ଓ ଆନନ୍ଦ ଦେଖି ସମସ୍ତେ ଭାଵ ବିଭୋର ହୋଇପଡ଼ିଥିଲେ । ଅଭ୍ୟାସର ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ମାଆ ମାନଙ୍କ ସହ ମିଶି ବେଶ ଆନନ୍ଦ ଉପଭୋଗ କରିଥିଲେ । ଅଭ୍ୟାସର ଇଭେଣ୍ଟ ମ୍ୟାନେଜର ମନ୍ମଥ ଲିମା ସବୁ ଇଭେଣ୍ଟ ଗୁଡିକୁ ସୁଚାରୁରୂପେ ପରିଚାଳନା କରିଥିଲେ । ବିଭିନ୍ନ ପ୍ରକାର ଷ୍ଟଲ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ସ୍ପର୍ଦ୍ଧା ର ସମାପ୍ତି ଦିବସରେ ମୁଖ୍ୟ ଅତିଥି ରୂପେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଓ ଗୁଣପୁର ପୈାର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୈାଡ ମଞ୍ଚାସିନ ହୋଇଥିଲେ । ନାଚଗୀତ ମାଧ୍ୟମରେ ଅତିଥିଙ୍କୁ ସ୍ଵାଗତ କରାଯାଇଥିଲା । ଅତିଥି ମାନେ ଖେଳରେ ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଆଜି ଛୋଟ ଛୁଆଙ୍କ ପିକ୍ନିକ୍ ମଧ୍ୟ ହୋଇଥିଲା ତା’ର ନାମ ALFRESCO ଦିଆଯାଇଥିଲା ।

ବିଭିନ୍ନ ନାଚ ଗୀତ ସହ ଏହି କାର୍ଯ୍ୟକ୍ରମ ରେ ମାଆ ମାନେ ଆନନ୍ଦ ଅନୁଭବ କରିଥିଲେ । ସବୁ କାର୍ଯ୍ୟକ୍ରମକୁ ଅଭ୍ୟାସ ପ୍ରିନ୍ସିପାଲ୍ ଶ୍ରୀ ଦିବ୍ୟ ଦେବାଶିଷ ଦୁବେ ସୂଚାରୁରୂପେ ପରିଚାଳନା କରିଥିଲେ । ସେକ୍ରେଟାରୀ ଲାଡି ତୁକାରାମ୍ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ତିନି ଦିନିଆ କାର୍ଯ୍ୟକ୍ରମକୁ ମ୍ୟାନେଜେର ଗାୟତ୍ରୀ ପଣ୍ଡା ସମ୍ପୂର୍ଣ ଦାୟିତ୍ଵ ଗ୍ରହଣ କରି ସୁଚାରୁରୂପେ ପରି ସମାପ୍ତି କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...