ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୬/୮) : ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଅଭ୍ୟାସ ଟେକ୍ନୋ ସ୍କୁଲ ଓ କଲେଜରେ ୭୮ ତମ ସ୍ବାଧିନତା ଦିବସ ହର୍ଷ ଉଲ୍ଲାସର ସହ ପାଳିତ ହୋଇଯାଇଛି ।
ପରାଧୀନ ଭାରତକୁ ଇଂରେଜ କବଳରୁ ସ୍ବାଧୀନ କରିବା ପାଇଁ କେତେ ଯେ ସଂଗ୍ରାମୀ ବୀର ସହୀଦ ହୋଇଛନ୍ତି ତାର କଳନା ନାହଁ । ଆଜି ସେଇ ସଂଗ୍ରାମୀ ବୀରଙ୍କ ବଳିଦାନ ଓ ଅମର ଗାଥାକୁ ମନେପକାଇ, ଆମେ ପାଳନ କରୁଛୁ ସ୍ବାଧୀନତା ଦିବସ । ଏହି କାର୍ଯ୍ୟକ୍ରମରେ ଆଜି ସ୍କୁଲର ସେକ୍ରେଟାରୀ ଲାଡି ତୁକାରାମ୍ ଯୋଗଦେଇ ମହାପୁରୁଷଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ତା ସାଙ୍ଗକୁ ଛାତ୍ର ଛାତ୍ରୀ ମାନଙ୍କ ପ୍ୟାରେଡ୍ ସମସ୍ତଙ୍କୁ ବଶିଭୂତ କରିଥିଲା ।
ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ, ନାଚ ଗୀତର ଆସର ମଧ୍ୟରେ ବେଶ କିଛି ସମୟ ସମସ୍ତେ ବାନ୍ଧି ହୋଇ ଯାଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରିନସପାଲ୍ ଶ୍ରୀ ଦିଵ୍ୟ ଦେବାଶିଷ ଦୁବେ, ଭାଇସ ପ୍ରିନସପାଲ୍ ମନିଷା ପରିଚ୍ଛା, ମ୍ୟାନେଜର ଗାୟତ୍ରୀ ପଣ୍ଡା, ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ।