32.9 C
Balāngīr
Wednesday, April 23, 2025

ଅମ୍ବାଦଳାରୁ ସୁନା ଅଳଙ୍କାର ଲୁଟ୍ ଘଟଣା; ନାବାଳକ ନିକଟରୁ ୪୩୦ ଗ୍ରାମ ସୁନା ଅଳଙ୍କାର ଉଦ୍ଧାର, ମୁଖ୍ୟ ଅଭିଯୁକ୍ତ ଫେରାର

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨/୨) : ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳାର ଏକ ସୁନା ଦୋକାନ ସମ୍ମୁଖରୁ ଲୁଟ୍ ଘଟଣାରେ ରାୟଗଡା ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା।WhatsApp Image 2025 02 02 at 21.12.46 ଅମ୍ବାଦଳାରୁ ସୁନା ଅଳଙ୍କାର ଲୁଟ୍ ଘଟଣା; ନାବାଳକ ନିକଟରୁ ୪୩୦ ଗ୍ରାମ ସୁନା ଅଳଙ୍କାର ଉଦ୍ଧାର, ମୁଖ୍ୟ ଅଭିଯୁକ୍ତ ଫେରାର

ଲୁଟ୍ ହୋଇଥିବା ୪୩୦ ଗ୍ରାମର ସୁନା ଅଳଙ୍କାର ଉଦ୍ଧାର କରିଛି ସ୍ବତନ୍ତ୍ର ପୁଲିସ ଟିମ । ଏହି ଘଟଣାରେ ଜଡ଼ିତ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଞ୍ଚଳର ଜଣେ ନାବାଳକକୁ ଗିରଫ କରି ବାଳ ସ୍ବଧାର ଗୃହ ପଠାଇଛି ପୁଲିସ । ତା ନିକଟରୁ ୪୩୧ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ବାତି ଏସ କୁମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଆଜି ସନ୍ଧ୍ୟାରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଏସପି କହିଲେ, ଗତ ଡିସେମ୍ବର ୯ ତାରିଖ ସକାଳ ୮ଟା ବେଳେ ଅମ୍ବାଦଳା ଗ୍ରାମର ସୁନା ଦୋକାନ ମାଲିକ ମହେଶ୍ୱର ନାୟକ ୫୦୦ ଗ୍ରାମ ସୁନା ଅଳଙ୍କାର ନେଇ ଦୋକାନ ଖୋଲିବାକୁ ପହଞ୍ଚିଥିଲେ। ସେ ଦୋକାନ ଖୋଲିବା ସମୟରେ ଦୁଇ ଜଣ ଦୁର୍ବୁତ୍ତ ତାଙ୍କ ଠାରୁ ଅଳଙ୍କାର ବ୍ୟାଗ ଛଡ଼ାଇ ନେଇଥିଲେ । ସେଥିରେ ବିଭିନ୍ନ ପ୍ରକାରର ଅଳଙ୍କାର ରହିଥିଲା । ଏ ନେଇ ତୁରନ୍ତ ମହେଶ୍ୱର ଅମ୍ବାଦଳା ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ରାୟଗଡ଼ା ଏସଡିପିଓ ରଶ୍ମି ରଞ୍ଜନ ସେନାପତି ଓ ଅମ୍ବାଦଳା ଥାନା ଅଧିକାରୀ କଳ୍ପନା ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତାପରେ ଏସପିଙ୍କ ନିର୍ଦ୍ଦେଶରେ ରାୟଗଡ଼ା ଏସଡିପିଓ ରଶ୍ମି ରଞ୍ଜନ ସେନାପତି ଓ ବିଷମକଟକ ଏସଡିପିଓ ସନ୍ତୋଷିନୀ ଓରାମଙ୍କ ନେତୃତ୍ବରେ ଦୁଇଟି ଟିମ୍ ଗଠନ କରି ତଦନ୍ତ କରାଯାଇଥିଲା ।WhatsApp Image 2025 02 02 at 21.12.47 ଅମ୍ବାଦଳାରୁ ସୁନା ଅଳଙ୍କାର ଲୁଟ୍ ଘଟଣା; ନାବାଳକ ନିକଟରୁ ୪୩୦ ଗ୍ରାମ ସୁନା ଅଳଙ୍କାର ଉଦ୍ଧାର, ମୁଖ୍ୟ ଅଭିଯୁକ୍ତ ଫେରାର

ଏଥିରେ ୨ ଜଣ ଏସଡିପିଓ, ଅମ୍ବାଦଳା, ମୁନିଗୁଡା ଓ ଚାନ୍ଦିଲି ଥାନା ଅଧିକାରୀ, ୨ ଜଣ ଏସ ଆଇ, ଜଣେ ଏଏସ ଆଇ, ୨ କନେଷ୍ଟବଳଙ୍କ ସହ ୧୨ ଜଣିଆ ଟିମ୍ ଅଂଶ ଗ୍ରହଣ କରିଥିଲେ। ଗୁଇନ୍ଦା ସୂଚନା ଓ ସିସିଟିଭି ଫୁଟେଜ ଆଧାରରେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଞ୍ଚଳରେ ଅଭିଯୁକ୍ତଙ୍କ ଘର ବୋଲି ଜଣାପଡିଥିଲା । ଏହାପରେ ଆସିକା ପୁଲିସ ସହାୟତାରେ ନାବାଳକକୁ ଧରିଥିଲା ପୁଲିସ ।‌ ହେଲେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ଏହି ଘଟଣାରେ ପୁଲିସ ୪୩୧ ଗ୍ରାମ ସୁନା ଅଳଙ୍କାର ଓ ଗୋଟିଏ ଟିଭିଏସ ଆପାଚି ବାଇକ ଜବତ କରିଛି ।

ଜବତ ସୁନା ଅଳଙ୍କାର ମଧ୍ଯରେ ଦୁଇ ପ୍ରକାର ସୁନା ହାର ୭ ଟି, ମଙ୍ଗଳ ସୂତ୍ର ଲକେଟ ୯ ଟି, ଦୁଇ ପ୍ରକାର ସୁନା ମୁଦି ୪୮ ଟି, ସୁନା ଚେନ୍ ୨ ଟି, ମଙ୍ଗଳସୂତ୍ର ପଦକ ୧୨ ଟି, କାନ ଫୁଲ ୨୭ ହଳ, ସୁନା ଲକେଟ ୨୬ଟି, କାନର ଟପ୍ ଓ ରିଂ ୬ ହଳ ରହିଛି । ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ତଦନ୍ତ ଜାରି ରହିଥିବା କହିଛନ୍ତି ଏସପି ସ୍ବାତି କୁମାର । ଏହି ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ା ଏସଡିପିଓ ରଶ୍ମିରଞ୍ଜନ ସେନାପତି, ବିଷମକଟକ ଏସଡିପିଓ ସନ୍ତୋଷିନୀ ଓରାମ, ଅମ୍ବାଦଳା ଥାନା ଅଧିକାରୀ କଳ୍ପନା ବେହେରା, ଚାନ୍ଦିଲି ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଜବତ ସୁନା ଅଳଙ୍କାର ସବୁ ଦୋକାନ ମାଲିକଙ୍କୁ ଏସପି ହସ୍ତାନ୍ତର କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...