ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୬/୧୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ଠାରେ ୨୦ତମ ଆଞ୍ଚଳିକ ଅରିଗାଁ – ବିନିକା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଆଜି ଚତୁର୍ଥ ସନ୍ଧ୍ୟାରେ ପୁତନା ଓ ତୃଣାବର୍ତ ର ନିଧନ ରେ ମଥୁରାଧିପତି ମହାରାଜ କଂସ ମର୍ମାହତ ଏବଂ ଦେବର୍ଷି ନାରଦଙ୍କ ଭବିଷ୍ୟ ବାଣୀ ଶୁଣି ଚିନ୍ତାଗ୍ରସ୍ତ ।
ମହାରାଜ କଂସଙ୍କ ନିର୍ଦ୍ଦେଶ ତଥା ଡାକରାରେ ରାଜ ଦରବାରକୁ ବକ୍ରାଶୁର ର ଆଗମନ ଓ ଭଗବାନ ଶ୍ରୀକୃଷ୍ଣଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇ ଗୋପପୁର ପ୍ରେରଣ ଆଦି ଦୃଶ୍ୟ ଅଭିନୀତ ହୋଇଥିଲା । ସେହିପରି ଗୋପପୁର (ଅରିଗାଁ ବସ୍ତି ମଣ୍ଡପ) ଠାରେ ନନ୍ଦତ୍ସବ, ଭଗବାନ ଶ୍ରୀକୃଷ୍ଣ ପୁତନା ଥର ଖୀର ପାନ କଲାବେଳେ ତାର ପ୍ରାଣ କୁ ଶୋଷିନେବା ଇତ୍ୟାଦି ଦୃଶ୍ୟ ଅଭିନୀତ ହୋଇଥିଲା। ଧନୁଯାତ୍ରା ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଲାଣି ।