ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୩୦/୧୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ଠାରେ ୨୦ତମ ଆଞ୍ଚଳିକ ଅରିଗାଁ – ବିନିକା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଆଜି ଅଷ୍ଟମ ରଜନୀରେ ମଥୁରାଧିପତି ମହାରାଜ କଂସ ଭଗବାନ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଧନୁଯାତ୍ରା ଦେଖିବା ପାଇଁ ନିମନ୍ତ୍ରଣ କରିବାକୁ ଅକ୍ରୁରଙ୍କୁ ଗୋପପୁର ପ୍ରେରଣ ଆଦି ଦୃଶ୍ୟ ଅଭିନୀତ ହୋଇଥିଲା ।
ସେହିପରି ଗୋପପୁର (ଅରିଗାଁ ବସ୍ତି ମଣ୍ଡପ) ଠାରେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମଙ୍କ ସହ ଅକ୍ରୁରଣଙ୍କ ଭେଟଘାଟ ଓ ମହାରାଜ କଂସଙ୍କ ଚଟାଉ ପ୍ରଦାନ ଇତ୍ୟାଦି ଦୃଶ୍ୟ ଅଭିନୀତ ହୋଇଥିଲା । ମହାରାଜ କଂସଙ୍କ ନିର୍ଦ୍ଦେଶରେ ରାଜ ଦରବାରକୁ ଅତିଥି ଭାବେ ଭାଜପା ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ରୁଦ୍ରେଶ (ପିକୁଲ) ଶତପଥି , ବଲାଙ୍ଗୀର, ବୌଦ ଓ ସୁବର୍ଣ୍ଣପୁର ଜିଲ୍ଲା ର ଯୁବ ମୋର୍ଚ୍ଚା ସଭାପତି ପ୍ରମୁଖ ଯୋଗ ଦେଇଥିଲେ । ସେମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ଏଥିରେ କାର୍ଯକାରୀ ସଭାପତି ବିଶ୍ବମ୍ବର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ , ସୌମ୍ୟରଞ୍ଜନ ନାଇକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଧନୁଯାତ୍ରା ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଲାଣି ।