ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୦୩) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଙ୍କିଘିର୍ଡି କ୍ଳଷ୍ଟର ଅନ୍ତର୍ଗତ ଆରିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଗତ ଶୁକ୍ରବାର ଦିନ ପାଳିତ ହୋଇଯାଇଛି ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭ।ବେ ପରିଚାଳନା କମିଟୀ ର ସଭାପତି ପ୍ରକାଶ କର୍ମୀ, ଭଗୀରଥ ପୁରୋହିତ, ସମ୍ମାନୀତ ଅତିଥି ଭାବେ CRCC ଆର୍ତ୍ତତ୍ରାଣ ପଶାୟତ ଓ ମୁଖ୍ୟ ବକ୍ତା ଭାବେ ଅରିଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନ୍ଵନ୍ତରୀ ନାରାୟଣ ବିଶି ଯୋଗ ଦେଇଥିଲେ ଶିକ୍ଷୟିତ୍ରୀ ନମିତା ସାହୁ ସଭା ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପାଠ କରିଥିଲେ ।
କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ପରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ, ଶେଷରେ ଶିକ୍ଷୟିତ୍ରୀ ଗୀତା ସାହୁ ଧନ୍ୟବାଦ ଦେଇଥିଲେ। ଏଥିରେ ସ୍କୁଲ କର୍ମଚାରୀ , କମିଟି ସଦସ୍ୟ, ସମେତ ଅରିଗାଁ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।