ଗଞ୍ଜାମ, (୨୯/୦୪) : ଆପ୍ର. : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅନ୍ତର୍ଗତ ଖଲିଙ୍ଗି ଅଞ୍ଚଳରେ ୪ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ।
ଶିଶୁ କନ୍ୟାକୁ ନିଜ ମାମୁ ଦୁଷ୍କର୍ମ କରି ହତ୍ୟା କରିଥିବା ପୁଲିସ ସ୍ପଷ୍ଟ କରିଛି । ଅଭିଯୁକ୍ତ ମାମୁ କାଳିଆ ନାହାକକୁ ପୁଲିସ ଗିରଫ କରିଛି । ଅଭିଯୁକ୍ତ ଅଶ୍ଳୀଳ ଭିଡିଓ ଦେଖିବା ପରେ ଶିଶୁକନ୍ୟାକୁ ଏକ ପରିତ୍ୟକ୍ତ ଘରକୁ ନେଇ ଦୁଷ୍କର୍ମ କରିଥିଲା । ପରେ ଶିଶୁକୁ ହତ୍ୟା କରିଥିଲା ବୋଲି ପଚରାଉଚରା ସମୟରେ ସ୍ଵୀକାର କରିଛି ।