ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୩୦/୧୧) : ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ବୌଦ୍ଧ ବନଖଣ୍ଡ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ୱିତୀୟ ପର୍ଯ୍ୟାୟର ଅଷ୍ଟମ ଜିଲ୍ଲା ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |
ଅଷ୍ଟମ ଜିଲ୍ଲା ଉପଦେଷ୍ଟା କମିଟିର ବୈଠକ ରେ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ସମସ୍ତ ଜିଲ୍ଲା ଅଧିକାରୀ ଙ୍କୁ ସ୍ୱାଗତ କରିବା ସହ ସଭା କୁ ପରିଚାଳନା କରିଥିଲେ | ସହ ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର ଗୋଛାୟତ ୨୦୨୧/୨୨ ବର୍ଷ ପାଇଁ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଅନ୍ତର୍ଗତ ସମସ୍ତ ବିଭାଗ ସହ ହୋଇଥିବା ସହାଭାଗିତା କାର୍ଯ୍ୟକ୍ରମ ଗୁଡିକର ଆଲୋଚନା କରିଥିଲେ | ଜିଲ୍ଲାପାଳ ବନଜାତ ଦ୍ରବ୍ୟ ଯଥା -କେନ୍ଦୁ, କରଡ଼ି, ଚରlମଞ୍ଜି, ଓ ବାଉଁଶ ତିଆରି ଜିନିଷ ଚାହିଦା ବଢାଇବା କୁ ପରାମର୍ଶ ଦେଇଥିଲେ | ଖଣ୍ଡିୟ କାର୍ଯ୍ୟାଳୟ ର ଜୀବନ ଜୀବିକା ବିଷୟ ପ୍ରମୁଖ ସୁରେନ୍ଦ୍ର କୁମାର ମେହେର ବିଭିନ୍ନ ବିଭାଗ ର ଯୋଜନାରେ ହେଉଥିବା କାର୍ଯ୍ୟ ଗୁଡିକ ର ଅନୁମୋଦନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଥିଲେ | ଶେଷରେ ତଥ୍ୟ ବିଷୟ ପ୍ରମୁଖ ଶିବଦତ୍ତ ଅଗସ୍ତି ଧନ୍ୟବାଦ ଅର୍ପଣ କରିଥିଲେ | ଏହି ବୈଠକ ରେ ବୌଦ୍ଧ ବନାଞ୍ଚଳ ଅଧିକାରୀ ଓ ପ୍ରକଳ୍ପ କାର୍ଯ୍ୟ କର୍ତ୍ତା ମାନେ ସହଯୋଗ କରିଥିଲେ |