32.9 C
Balāngīr
Tuesday, July 15, 2025

ଅସଲି ଓମଫେଡ ଡବା ଭିତରେ ନକଲି ଘିଅ, ପୋଲିସ ପକ୍ଷରୁ ଚଢ଼ାଉ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୨୦/୦୨) : ଡବା ଅସଲି କିନ୍ତୁ ଭିତର ମାଲ ନକଲି । ଓମଫେଡ ଡବା ଦେଖି ଘରକୁ ଘିଅ ନେଉଛନ୍ତି ଲୋକେ । କିନ୍ତୁ ସେମାନେ ଯେ ଠକାମିର ଶିକାର ହେଉଛନ୍ତି ସେକଥା ଜାଣି ନାହାନ୍ତି ।

ଘିଅ ନାଁରେ ହେଉଛି ଭେଜାଲ । ଓମଫେଡ ଘିଅର ନାଁ ଭଲ ରହିଛି । ଗ୍ରାହକଙ୍କୁ ଭଲ କ୍ବାଲିଟିର ଘିଅ ଯୋଗାଉଥିବାରୁ ଘରେ ଘରେ ଓମଫେଡ ଘିଅକୁ ବ୍ୟବହାର କରାଯାଏ । କିନ୍ତୁ କିଛି ଲୋକ ଓମଫେଡ ଡବା ଆଣି ସେଥିରେ ନକଲି ଘିଅ ପୁରାଇ ବିକ୍ରି କରୁଛନ୍ତି । ରାଉରକେଲାରେ ଓମଫେଡ୍ ଘିଅ ଡବାରେ ନକଲି ଘିଅକୁ ଭର୍ତ୍ତି କରି ଲୋକଙ୍କୁ ବିକୁଛନ୍ତି ଦୋକାନୀ । ଏନେଇ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ରାଉରକେଲା ସହରରେ ନକଲି ଓମଫେଡ୍‌ ଘିଅର କାରବାର ଚାଲିଥିବା ସୂଚନା ପାଇ ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ଚଢ଼ାଉରେ ବର୍ତ୍ତମାନ ସୁଦ୍ଧା ୧୭ ଲିଟର ନକଲି ଓମଫେଡ୍ ଘିଅ ଜବତ ହୋଇଛି ।

ବିଶେଷ କରି ସହରର ପ୍ଲାଣ୍ଟ୍‌ସାଇଟ ହୋଲସେଲ୍‌ ବଜାର ସେକ୍ଟର -୭ ଓ ୮ ନମ୍ବର ମାର୍କେଟ ସମେତ ଅନ୍ୟ କିଛି ସ୍ଥାନରେ ରାଉରକେଲା ପୋଲିସ ଏବଂ ଓମଫେଡ୍ ର ଅଧିକାରୀ ମିଶି ଚଢ଼ାଉ କରିଥିଲେ । ସୂଚନା ମୁତାବକ ଏହି ଚଢ଼ାଉ ପରେ ସନ୍ଦେହ ଆଧାରରେ ପ୍ରାୟ ୨ ଜଣଙ୍କୁ ପୋଲିସ୍ ଅଟକ ରଖି ପଚରାଉଚୁରା କରୁଛି । ପ୍ରାଥମିକ ଅନୁସନ୍ଧାନରୁ କିଛି ସ୍ଥାନରେ ନକଲି ଘିଅ କାରବାର ହେଉଥିବା ଜଣାପଡ଼ିଥିଲା । ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି । ଆଗାମୀ ସମୟରେ ମଧ୍ୟ ଚଢ଼ାଉ କରାଯିବ । ଖୁବଶୀଘ୍ର ଗୋଦାମ ଏବଂ ସପ୍ଲାଇ ହବ୍ ରେ ଚଢ଼ାଉ କରାଯିବ ବୋଲି କହିଛନ୍ତି ଡିଏସପି ।

ବିଭିନ୍ନ ନକଲି ସାମଗ୍ରୀକୁ ଜବତ କରାଯାଇ ଅଧିକ ଯାଞ୍ଚ ପାଇଁ ପଠାଯାଉଛି । ସହରର ବିଭିନ୍ନ ସ୍ଥାନରେ ଚାଲୁଥିବା ନକଲି ସାମଗ୍ରୀ କାରବାର ଘଟଣା ସମ୍ପର୍କରେ ସୂଚନା ପାଇଲେ ପୋଲିସକୁ ଜଣାଇବା ପାଇଁ ସୂଚନା ଦିଆଯାଇଛି । ଓଡ଼ିଆ ଘରେ ଘିଅର ଚାହିଦା ବେଶ୍ ଅଧିକ । ତେବେ ଓମଫେଡ୍ ଘିଅର ସ୍ବାଦ ଏବଂ କ୍ବାଲିଟି ପାଇଁ ଲୋକେ ଏହାକୁ ଅଧିକ କିଣନ୍ତି । ଓମଫେଡ୍ ଘିଅ ପ୍ରତି ଥିବା ଲୋକଙ୍କ ଚାହିଦାକୁ ଦେଖି କିଛି ଲୋକ ନକଲି ଘିଅ ଆଣି ଓମଫେଡ୍ ଡବାରେ ଭର୍ତ୍ତି କରୁଛନ୍ତି । ତେବେ ଏଭଳି ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ହିଁ ଏମାନେ ସୁଧୁରିବେ । ନଚେତ ଏମିତି ଲୋକଙ୍କୁ ନକଲି ଜିନିଷ ଦେଇ ଚୂନା ଲଗାଉଥିବେ ।

 

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...