32.9 C
Balāngīr
Sunday, April 20, 2025

ଅସହାୟ ଅନ୍ଧ ମହିଳା ପାଇଁ ଗୃହ ନିର୍ମାଣ କରି ଚର୍ଚ୍ଚାରେ ସହକାରୀ ଯନ୍ତ୍ରୀ ନିଜର ର ମାନବିକତା ଦେଖାଇଛନ୍ତି

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମକଟକ, (୧୯/୦୧) : ଜଣେ ପୁଅ ଓ ଦୁଇ ଝିଅର ଜନନୀ, ହେଲେ ପରିଣତ ବୟସରେ ଏକା ଓ ନିସହାୟ I ଗତ ୯ ବର୍ଷ ହେବ ଦୃଷ୍ଟି ଶକ୍ତି ହରାଇ ପରିଣତ ବୟସରେ ଦଶନ୍ଧି ଦଶନ୍ଧି ଧରି ଦଦରା ଝୁମ୍ପୁଡ଼ିରେ ଆଶ୍ରୟ ନେଉଥିଲେ ୫୮ବର୍ଷୀୟ ମନ୍ଦ କୁସଲିଆ IWhatsApp Image 2025 01 19 at 16.11.36 ଅସହାୟ ଅନ୍ଧ ମହିଳା ପାଇଁ ଗୃହ ନିର୍ମାଣ କରି ଚର୍ଚ୍ଚାରେ ସହକାରୀ ଯନ୍ତ୍ରୀ ନିଜର ର ମାନବିକତା ଦେଖାଇଛନ୍ତି

ଯାହାଙ୍କ ପାଇଁ ସିମେଣ୍ଟ କଂକ୍ରିଟର ନୂତନ ଆଶ୍ରୟସ୍ଥଳୀ ଗଢି ଚର୍ଚ୍ଚାରେ ବିଷମକଟକ ବ୍ଲକ ସହକାରୀ ଯନ୍ତ୍ରୀ । ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ସ୍ଥିତ ସାନ ସାହିର ଭିନ୍ନକ୍ଷମ ମନ୍ଦ କୁସୁଲିଆଙ୍କ ଜୀବନ ଏହି ନୂତନ ବର୍ଷରେ ସମ୍ପୂର୍ଣ ରୂପେ ବଦଳି ଯାଇଛି । ଏହି ଭିନ୍ନକ୍ଷମ ପାଇଁ ଖୁସିର ବାର୍ତ୍ତାବାହକ ସାଜିଛନ୍ତି ବିଷମକଟକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ କାର୍ଯ୍ୟରତ ୩୯ ବର୍ଷୀୟ ସହକାରୀ ଯନ୍ତ୍ରୀ ଝରଣା ତ୍ରିପାଠୀ । ସେ ଦୀର୍ଘ ଏକ ବର୍ଷ ହେବ ବିଷମକଟକ ଠାରେ ସହକାରୀ ଯନ୍ତ୍ରୀ ଭାବେ ନିଜର ଦାୟତ୍ୱ ତୁଲାଇ ଆସୁଥିବା ବେଳେ ବିଷମକଟକ ସାନ ସାହି ନିକଟରେ ପ୍ରସ୍ତାବିତ ଏକ ମନରେଗା ପ୍ରକଳ୍ପ ନିରୀକ୍ଷଣ ପାଇଁ ଯାଇଥିବା ସମୟରେ ଏହି ଭିନ୍ନକ୍ଷମଙ୍କ ବିଷୟରେ ଜାଣିବାକୁ ପାଇଥିଲେ ।

ଉକ୍ତ ସ୍ଥାନ ଠାରେ ଆଫ୍ସା ଯୁବକ ସଙ୍ଘର କିଛି ସଦସ୍ୟ ତାଙ୍କୁ ସାକ୍ଷାତ କରି ଭିନ୍ନକ୍ଷମ ବୃଦ୍ଧାଙ୍କ ପ୍ରତି ତାଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସଙ୍ଗେ ଯନ୍ତ୍ରୀଙ୍କ ପକ୍ଷେ ଭିନ୍ନକ୍ଷମ ଲାଗି କିଛି ସାହାଯ୍ୟ ନେଇ ଅନୁରୋଧ କରିଥିଲେ ଯୁବକ ଗୋଷ୍ଠୀ । ତେବେ ପରିଣତ ବୟସ ସହ ଦୃଷ୍ଟି ଶକ୍ତି ଅଭାବ ଏବଂ ଅତ୍ୟନ୍ତ ସୋଚନୀୟ ଅବସ୍ଥାରେ ଆଶ୍ରୟ ନେଉଥିବା ଦେଖି ଉକ୍ତ ମହିଳାଙ୍କ ନିମନ୍ତେ ଏକ ବାସଗୃହ ନିର୍ମାଣ କରିବା ପାଇଁ ସହକାରୀ ଯନ୍ତ୍ରୀ ସବୁ ପ୍ରକାର ସହଯୋଗ କରିବେ ବୋଲି ଯୁବ ଗୋଷ୍ଠୀଙ୍କୁ ଆଶ୍ୱାସନା ଦେଇଥିଲେ ।

ଏହା ପରେ ବୃଦ୍ଧାଙ୍କ ବାସଗୃହ ନିର୍ମାଣ ଲାଗି ଆବଶ୍ୟକ ସମସ୍ତ ସାମଗ୍ରୀ ଯୋଗାଇଦେବା ସହ ନିର୍ମାଣକାର୍ଯ୍ୟ ଯେପରି ସମୟରେ ହୋଇଯିବ ଏଥିପାଇଁ ସେ ଯୁବକ ଗୋଷ୍ଠୀର ସାହାଯ୍ୟ ଲୋଡ଼ିଥିଲେ I ନିଜର ବ୍ୟସ୍ତ ବହୁଳ କାର୍ଯ୍ୟଧାରା ସତ୍ତ୍ୱେ ଯନ୍ତ୍ରୀ ଜଣକ ସମୟ ବାହାର କରି ବୃଦ୍ଧାଙ୍କ ଘର କାମର ସ୍ଥିତି ପ୍ରତକ୍ଷ ଭାବେ ବୁଝୁଥିବା ସାନ ସାହି ବାସିନ୍ଦା ପ୍ରକାଶ କରିଛନ୍ତି । ପରିଶେଷରେ ଆଜି ଉକ୍ତ ମହିଳାଙ୍କ ବାସଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହେବା ପରେ ବିଷମକଟକ ଆଫ୍ସା ଯୁବକ ସଙ୍ଘର ସଦସ୍ୟ ସମେତ ଯନ୍ତ୍ରି ଜଣକ ସ୍ୱୟଂ ଉପସ୍ଥିତ ରହି ତାଙ୍କୁ ଗୃହ ପ୍ରବେଶ କରାଇଥିବା କୁହାଯାଉଛି ।

ଅନ୍ଧ ମହିଳା ଜଣକ ସହକାରୀ ଯନ୍ତ୍ରୀଙ୍କୁ ସହୃଦୟ କୃତଜ୍ଞତା ଜଣାଇଥିବା ସହ ତାଙ୍କ ଦୀର୍ଘାୟୁ କାମନା କରିଥିବା ବେଳେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ ଏହି ମହତ କାର୍ଯ୍ୟକୁ ପ୍ରଶଂସନୀୟ ବୋଲି କହିଛନ୍ତି । ଅନ୍ୟପଟେ ଜଣେ ଉତ୍ତମ କାର୍ଯ୍ୟରତ ଅଧିକାରୀଙ୍କ “ସାମାଜିକ ଦାୟିତ୍ୱବୋଧ” ର ଏହା ନିଚ୍ଛକ ଉଦାହରଣ ବୋଲି ବିଷମକଟକ ବିଧାୟକ ନୀଳ ମାଧବ ହିକକା ଯନ୍ତ୍ରୀଙ୍କୁ ଉତ୍ସାହିତ କରିଥିବା ବେଳେ ସହକାରୀ ଯନ୍ତ୍ରୀଙ୍କ ଏଭଳି ବଦାନ୍ୟତାକୁ ସାଂସଦ ପ୍ରତିନିଧି ଦିଲୀପ କୁମାର ପଟନାୟକ, ବିଷମକଟକ ପଞ୍ଚାୟତ ସମିତି ଅଧକ୍ଷା ଯଶୋଦା ହୁଇକା, ଉପାଧ୍ୟକ୍ଷ୍ୟ ଦେବି ପ୍ରସାଦ ପଟନାୟକ, ସ୍ଥାନୀୟ ଲୋକେ, ବୁଦ୍ଧିଜୀବୀ,ଆଫ୍ସା ଯୁବକ ସଙ୍ଘ, ସମେତ ସାହି ବାସିନ୍ଦା ଆଦି ସାଧୁବାଦ ଜଣେଇଛନ୍ତି । ଏଭଳି ଛୋଟ ଛୋଟ ବ୍ୟକ୍ତିଗତ ଓ ସାମୁହିକ ପ୍ରୟାସ ସମାଜ ମଧ୍ୟରେ ଗୁରୁତ୍ୱପୁର୍ଣ ପରିବର୍ତନ ଆଣିପାରେ ବୋଲି ଅଞ୍ଚଳରେ ଆଲୋଚନା ହେଉଛି ।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...