32.9 C
Balāngīr
Thursday, July 10, 2025

ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଫାଷ୍ଟ ଫୁଡ଼ ଓ ଚଟପଟି ଖାଦ୍ୟ ହଇଜାକୁ ନିମନ୍ତ୍ରଣ କରୁଛି

Must read

ମୁନିଗୁଡ଼ା, (୧୯/୬) : ଆପ୍ର. : ରାଜ୍ୟର କେତେକ ଜିଲ୍ଲାରେ ମହାମାରୀ ହଇଜାର ପ୍ରକୋପ ଖବର ସମସ୍ତ ରାଜ୍ୟ ପାଇଁ ଉଦବେଗ ଜନକ ଥିବାବେଳେ ମୁନିଗୁଡ଼ା ସହରର କୁଢ଼କୁଢ଼ ନର୍ଦ୍ଦମା ଆଉ ଏହି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଫାଷ୍ଟ ଫୁଡ଼ ସେଣ୍ଟର ମାନଙ୍କ ଆଧିପତ୍ୟ ମହାମାରୀ ହଇଜାକୁ ସାଦର ନିମନ୍ତ୍ରଣ କଲା ଭଳି ଲାଗୁଛି ବୋଲି ପରିବେଶବିତ ଶଙ୍କର୍ଷଣ ପାତ୍ର ପ୍ରତିକ୍ରିୟାରେ କହିଛନ୍ତିWhatsApp Image 2025 06 20 at 09.48.49 ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଫାଷ୍ଟ ଫୁଡ଼ ଓ ଚଟପଟି ଖାଦ୍ୟ ହଇଜାକୁ ନିମନ୍ତ୍ରଣ କରୁଛି

ମୁନିଗୁଡ଼ା ଦୀର୍ଘବର୍ଷ ହେବ ନର୍ଦ୍ଦମା ଭିତରେ ଗତି କରୁଛି । ଏବକୁ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇ ଗଲାଣି। ନାଳି ନର୍ଦ୍ଦମା ସବୁ ଦୀର୍ଘ ବର୍ଷ ହେବ ଜାମ।ଯେଉଁଠିକୁ ଦୃଷ୍ଟି ଘୁରେଇବ ସେଠାରେ କୁଢ଼ କୁଢ଼ ଆବର୍ଜନା।ଅଧିକାଂଶ ଅଞ୍ଚଳରେ ନର୍ଦ୍ଦମା ଗନ୍ଧରେ ଜନ ଜୀବନ ଅସ୍ତବ୍ୟସ୍ତ।ବ୍ଲକ,ପଞ୍ଚାୟତ ପ୍ରଶାସନ ଓ ଲୋକ ପ୍ରତିନିଧି ସମସ୍ତେ ନିଘୋଡ଼ ନିଦରେ ଶୋଇଗଲା ଭଳି ଲାଗୁଛି । ଏହି ପୁତି ଗନ୍ଧମୟ ପରିବେଶ ଭିତରେ ଚାଲିଛି ଲୋକଙ୍କ ଜୀବନ ଆଉ ଜୀବିକା । ମୁନିଗୁଡ଼ା ବଜାର ଦିନକୁ ଦିନ ବଢ଼ି ବଢ଼ି ଚାଲିଛି।ବଜାର ଏବେ ପ୍ରତ୍ୟେକ ସାହି ବସ୍ତି ଭିତରେ ପଶିଲାଣି।ଯୁଆଡେ ଦେଖିବ ମାଳ ମାଳ ଠେଲା ଦୋକାନୀ।ପ୍ରାୟ ଶହେରୁ ଉର୍ଦ୍ଧ ପାଖାପାଖି ଠେଲାବାଲା ଗୁପଚୁପ, ଚାଟ, ଦହିବରା, ପାଓଭାଜି, ଚାଉମିନ, ରୋଲ, ସୂପ, ମମସ, ଚିକେନ ଛତୁ ପକୋଡା, ଇଟିଲି ବରା ସିଙ୍ଗଡ଼ା, ଆଳୁ ଚପ, ପକୁଡ଼ି ପ୍ରଭୁତି ଖୋଲା ରାସ୍ତା କଡ଼ରେ ଅସୁରକ୍ଷିତ ଭାବେ ବର୍ଷା,ଶୀତ,ଖରା ଭିତରେ ବେପାର ଚାଲିଛି ।

ସେହିପରି ରାସ୍ତା ଉପରେ ପାଲ, ପଲିଥିନ ଟାଣି ହୋଟେଲ, ବିରୀୟାନି ସେଣ୍ଟର୍,ଜଳଖିଆ ଦୋକାନ ନିର୍ବିଘ୍ଣରେ ଚାଲିଛି।ଏସବୁ ଦୋକାନ ମାନଙ୍କରେ ଗ୍ରାହକଙ୍କ ପ୍ରବଳ ଭିଡ଼।ସନ୍ଧ୍ୟା ଆସିଲେ ଚଟପଟି ଖାଦ୍ୟର ମହକ ଗ୍ରାହକ ମାନଙ୍କୁ ଟାଣି ଆଣୁଛି।ସେ ସମୟରେ ନର୍ଦ୍ଦମା ଗନ୍ଧକୁ ସମସ୍ତେ ଭୂଲି ସେଇଠି ଆନନ୍ଦରେ ଗରମ ଗରମ ପକଡା,ପକଡି ଖାଇ ଚାଲୁଛନ୍ତି।ଖାଇବାକୁ ଧାଡ଼ି ଲାଗୁଛି, ବିଳମ୍ବ ହେଲେ ଝଗଡା ହେଉଛି।ଖାଉଥିବା ଖାଦ୍ୟର ମାନ କିପରି?ତାହା ଖାଇବା ଉପଯୋଗୀ କି ନାହିଁ ? ସ୍ୱାସ୍ଥ୍ୟ ପାଇଁ ଏସବୁ କେତେ ଦୂର ଠିକ୍?ଏହିସବୁ ଖାଦ୍ୟ ଖାଇଲେ ସାଧାରଣ ମଣିଷ କୌଣସି ଦୁରାରୋଗ୍ୟରେ ପୀଡ଼ିତ ହେବନାହିଁ ତ ? ଇତ୍ୟାଦି ଅନେକ ଭୟାତୁର ପ୍ରଶ୍ନ ଆଜି ଅନେକ ପରିବେଶବିତଙ୍କ ମନକୁ ଆନ୍ଦୋଳିତ କରୁଛି ।

ହେଲେ ଜନସ୍ୱାସ୍ଥ୍ୟ ବିଭାଗ,ଖାଦ୍ୟ ନିରାପତ୍ତା ବିଭାଗ ଅଧିକାରୀ,ପଞ୍ଚାୟତ ଏବଂ ବ୍ଲକ କର୍ତ୍ତୃପକ୍ଷ ଏସବୁକୁ ଦେଖି ସମ୍ପୂର୍ଣ୍ଣ ନୀରବ।ମୁନିଗୁଡ଼ା ବଜାରରେ ପ୍ରତିଦିନ ଆନ୍ତରାଜ୍ୟ ବ୍ୟବସାୟୀ ମାନଙ୍କ ଅନୁପ୍ରବେଶ ବଢ଼ିବଢ଼ି ଚାଲିଛି । ସେମାନଙ୍କୁ କୌଣସି ସ୍ଥାନର ଆବଶ୍ୟକ ନାହିଁ । ରାସ୍ତା ଉପର,ଡ୍ରେନ ଉପର ହେଉ କିମ୍ବା ଯେ କୌଣସି ଛକ କଡ ଏହି ବେପାରୀ ମାନଙ୍କ ପାଇଁ ବେପାର ସ୍ଥଳ । ଆଜିକାଲି ସାମାନ୍ୟ ନାଲି ଚା ଠାରୁ ଆରମ୍ଭ କରି ଜଳଖିଆ ପର୍ଯ୍ୟନ୍ତ ସବୁ ବେପାରରେ ମୁନିଗୁଡ଼ାରେ ଏମାନଙ୍କ ଆଧିପତ୍ୟ । ମୁନିଗୁଡାର ହୋଟେଲ,
ଜଳଖିଆ ଦୋକାନ ଅବା ଚଟପଟି ସେଣ୍ଟର ମାନଙ୍କରେ ଖାଦ୍ୟର ମାନ ପରୀକ୍ଷା କରିବାକୁ କୌଣସି ଖାଦ୍ୟ ନିରାପତ୍ତା ଅଧିକାରୀ କେବେ ଆସିବାର ନଜିର ନାହିଁ । ଯଦି କେବେ ଅନ୍ଧାରୁଆ ଆସୁଥିବେ ବେପାରୀ ମାନଙ୍କ ଦ୍ଵାରା ଖୁସି ହୋଇ ଫେରି ଯାଉଥିବେ।ଏବେ ବର୍ଷାଦିନ ଆସିଲାଣି ।

ଚାରିଆଡ଼େ ସନ୍ତ ସନ୍ତିଆ ପରିବେଶ ସହିତ ମଶା ମାଛି ମାନଙ୍କ ପ୍ରାଦୁର୍ଭାବ ପ୍ରବଳ ମାତ୍ରାରେ ବଢୁଛି । ଏପରି ସ୍ଥଳେ ମୁନିଗୁଡାର ଏହି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ କିପରି ବିଭିନ୍ନ କିସମର ଖାଦ୍ୟ ଓ ଜଳଖିଆ ପ୍ରସ୍ତୁତି ଓ ବେପାର ହେଉଥିବ ତାହା ଭାବିଲେ ଭୟ ଲାଗୁଛି।ଖାଦ୍ୟ ସେଣ୍ଟର ମାନଙ୍କରେ ଥିବା ପାନୀୟ ଜଳ ମଧ୍ୟ ଠିକ ନଥିବା ଜଣାଯାଏ । ଆଗକୁ ଯଦି ଯାଜପୁର, କଟକ, ଜଗସିଂହପୁର, ଭଦ୍ରକ ଜିଲ୍ଲାର ଝାଡ଼ାବାନ୍ତି ବ୍ୟାପୁଥିବା ଭୟାନକ ପରିସ୍ଥିତି ଓ ମୃତ୍ୟୁ ଏଠାରେ ଘଟେ ତେବେ ସେଥିପାଇଁ ଦାୟୀ କିଏ ରହିବେ।ଅସ୍ୱାସ୍ଥ୍ୟକର ପରିବେଶକୁ ସଜାଡ଼ିବା ଜନ ସ୍ଵାସ୍ଥ୍ୟ ବିଭାଗର ଦାୟିତ୍ୱ ସେହିପରି ଖାଦ୍ୟର ମାନ ପରୀକ୍ଷା କରିବା ଖାଦ୍ୟ ନିରାପତ୍ତା ବିଭାଗ ଦାୟିତ୍ୱ ହେଲେ ଉଭୟ ବିଭାଗ କି ପଦକ୍ଷେପ ନେଉଛି ତାହା ସମୟ କହିବ । ଏମାନଙ୍କୁ ବାଦ ଦେଲେ ବ୍ଲକ ଓ ପଞ୍ଚାୟତ ପ୍ରଶାସନ ଉଭୟ ବିଭାଗ ଏସବୁ ଦେଖି ଚୁପ୍ କଣ ପାଇଁ ରହିଛନ୍ତି ଆଦୌ ବୁଝି ହେଉନି । ସବୁ ସାହି ବସ୍ତି ରାସ୍ତା ଓ ଡ୍ରେନ ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି ।

ବର୍ଷା ପାଣି ଓ ନର୍ଦ୍ଦମା ପାଣି ରାସ୍ତାରେ ଲହଡ଼ି ଖେଳୁଛି । ଗୁଣ୍ଡିଚା ମନ୍ଦିର ମୁଖ୍ୟ ସଦକରେ ନର୍ଦ୍ଦମା ପାଣିରେ ବେଙ୍ଗ ଡେଉଁଛି।ରାତିରେ ମଶାମାନେ ହାଉଜାଉ ହେଉଛନ୍ତି।ବଜାର ମଧ୍ୟରେ ଦୁଇ ମିନିଟ ଛିଡା ହୋଇ ଚା ଟିକେ ପିଇଲା ବେଳେ ମଶା ଝୁଣି ଦେଉଛନ୍ତି । ମୁନିଗୁଡ଼ା ବସ ଷ୍ଟାଣ୍ଡ ଛକ,ମେଡିକାଲ ଛକ,କଲେଜ ରୋଡରେ କୁଢ଼ କୁଢ଼ ଆବର୍ଜନା ଗଦା ହୋଇ ରହିଛି ।

ଏସବୁ ଏଠାରେ ଗଦାଉଛି କିଏ? ଏହାକୁ ଅନ୍ୟତ୍ର ଉଠାଇବା ଦାୟିତ୍ୱ କାହାର?ଏହି ପରିବେଶରେ ଜୀବନ ଜିଇଁବା ସମ୍ଭବ କି?ଆଗକୁ ହଇଜା ହେବ ନାହିଁତ?ଏହି ଭଳି ଅନେକ ପ୍ରଶ୍ନ ଭିତରେ ଛନ୍ଦି ହୋଇ ସାଧାରଣ ମଣିଷ ମୁନିଗୁଡ଼ା ପ୍ରଶାସନ ଠାରୁ ଉତ୍ତର ମାଗୁଛି।ସବୁ ଦେଖି ପ୍ରଶାସନ ଚୁପ,ଲୋକ ପ୍ରତିନିଧି ନଦେଖିଲା ଭଳି ଆଡେଇ ଚାଲିଛନ୍ତି।ଏଠାରେ ଭଗବାନ ଭରଷାରେ ମଣିଷ ଆବର୍ଜନାରେ ଜୀବନ ଜିଉଁଛି । ଆଗକୁ ପ୍ରଶାସନ ଓ ଲୋକ ପ୍ରତିନିଧି ମାନଙ୍କ ଚେତା ପଶୁଛି ନା ନାହିଁ ତାହା ଦେଖିବାକୁ ରହିଲା।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...