ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୦/୧) : ବିଲୁପ୍ତ ପ୍ରାୟ ଫସଲ ଗୁଡ଼ିକର ପୁନଃଉଦ୍ଧାର ଓ ସ୍ଥାୟୀ ସଘନ ନିମନ୍ତେ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁରହିଛି ।
ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଆଇକାର୍ଡା ନିର୍ମାଣ ଆନୁକୁଲ୍ୟରେ ରାୟଗଡ଼ା ଜିଲ୍ଲାରେ ୮୦୪ ହେକ୍ଟର ହରଡ ବିହନ ଉତ୍ପାଦନ କାର୍ଯ୍ୟକ୍ରମ ଜାରି ରହିଛି । ଗୁଣପୁର ବ୍ଲକ ରେଗଡା ପଞ୍ଚାୟତର ନର୍ସିଙ୍ଗମୁଣ୍ଡା ଗ୍ରାମର ପ୍ରାୟ ୧୪ ଜଣ ଚାଷି କପା ଫସଲ ଛାଡି ଆଇକାର୍ଡା ନିର୍ମାଣ ସହାୟତାରେ ପି ଆର ଜି – ୧୭୬ କିସମ ହରଡ ଚାଷ କରିଛନ୍ତି । ଆଜି ନର୍ସିଙ୍ଗମୁଣ୍ଡା ଗ୍ରାମକୁ ଆଇକାର୍ଡା ନିର୍ମାଣର ଜିଲ୍ଲା କୋର୍ଡିନେଟର ଗତିକ୍ରୀଷ୍ଣା ବେହେରା, କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ର ବୈଜ୍ଞାନିକା ସୁସ୍ମିତା ମହାନ୍ତି , ବୈଜ୍ଞାନିକ ରାଜୀବ ଟୁଡୁ , ନାରାମ ରାମୁ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ ।
ଆଗକୁ ହରଡ ଅମଳ ହେବାକୁ ଥିବାରୁ , ହରଡ ଅମଳ ସମୟରେ କି ପ୍ରକାର ସାବଧାନତା ଅବଲମ୍ବନ କରିଵେ ଓ କେଉଁ ସମୟରେ ଅମଳ କରିବେ ସେ ବିଷୟରେ ଚାଷିକୁ ବୁଝାଇଥିଲେ । ଦଲାଲ ମାନଙ୍କୁ ହରଡ ନ ବିକି ଆଇକାର୍ଡା ନିର୍ମାଣ ସହାୟତାରେ ହରଡ ବିକ୍ରି କରିବାକୁ ବ୍ଲକ୍ କୋର୍ଡିନେଟର ଭଗବାନ ଗୈାଡ ଚାଷି ଙ୍କୁ ବୁଝାଇଥିଲେ ।