32.9 C
Balāngīr
Wednesday, April 23, 2025

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୩/୦୨) : ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର ଅନୁଷ୍ଠିତ WhatsApp Image 2025 02 12 at 20.10.48 ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର

ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୧୨.୦୨.୨୦୨୫ ରିଖ ବୁଧୁବାର ଦିନ ସକାଳ ଘ.୧୧.୦୦ମି ରେ ସ୍ଥାନୀୟ ପିତାମହଲ ରେ ଥିବା ର ଟ୍ରେନିଙ୍ଗ ହଲ୍ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ଓ ଜିଲ୍ଲା ପ୍ରଶାସନ ର ସହଯୋଗ କ୍ରମେ “କର୍ମକ୍ଷେତ୍ରରେ ହେଉଥିବା ମହିଳାମାନଙ୍କର ଯୌନ ନିର୍ଯ୍ୟାତନ ସୁରକ୍ଷା ଆଇନ” ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ବାର ଆସୋସିଏସନର ଓକିଲ ଶ୍ରୀ କିଶୋର କୁମାର ସାହୁ, ଦେବରାଜ ନାଏକ ଓ ରାୟଗଡା ଜିଲ୍ଲା ର ଓ.ଏଲ୍.ଏମ୍ ର ଡି.ପି.ଏମ୍ ଶ୍ରୀ ଶଙ୍କର ଚାଲାନ ଓ ଜିଲ୍ଲା କୋଡିନେଟର କମ୍ କାଉନସିଲର (ପି.ସି.ଆଇ ଇଣ୍ଡିଆ) ବାସନ୍ତୀ ଖୁଣ୍ଟିଆ ପ୍ରମୁଖ ଯୋଗଦେଇଥିଲେ । ଏଥିସହିତ ଓ. ଏଲ୍.ଏମ୍ ର ଅନେକ ପ୍ରେରଣା ଦିଦି (ମହିଳା) ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ ମହିଳା ମାନେ କର୍ମକ୍ଷେତ୍ରରେ ଯୌନନିର୍ଯ୍ୟାତନର ସୀକାର ହେଉଛନ୍ତି ତାକୁ କିପରି ପ୍ରତିରୋଧ କରିବା ଓ ସେହି ଆଇନର ସଂଶ୍ଲିଷ୍ଟ ଆଇନ ବିଷୟରେ ବିସୃତ ଭାବରେ ଅଶଗ୍ରହଣକାରୀମାନଙ୍କୁ ବୁଝାଇଥିଲେ ।

ଏଥିସହିତ ମହିଳାମାନେ କର୍ମକ୍ଷେତ୍ରରେ ଯୌନନିର୍ଯ୍ୟାତନର ସୀକାର ହେଲେ ସେମାନଙ୍କ ପାଇ ନ୍ୟାୟିକ ବ୍ୟବସ୍ଥା ଓ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ । ଏଥିସହିତ ମହିଳା ସଶକ୍ତିକରଣ ଉପରେ ଥିବା ବିଭିନ୍ନ ଆକ୍ଟ ଉପରେ ଆଲୋକପାତ କରିଥିଲେ । ପରିଶେଷରେ ଅନ୍ୟ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ଏହି ଆଇନ ଉପରେ ଥିବା ସୁପ୍ରିମକୋଟ ର ଥିବା ବିଭିନ୍ନ ଜଜମେଣ୍ଟ ଉପରେ ଅଶଗ୍ରହଣକାରୀମାନଙ୍କୁ ଧାରଣା ଦେଇଥିଲେ । ସର୍ବୋପରି ଏହି କାର୍ଯ୍ୟକ୍ରମରେ ଓ.ଏଲ୍.ଏମ୍ ର ପ୍ରେରଣା ଦିଦି(ମହିଳା) ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...