32.9 C
Balāngīr
Sunday, July 20, 2025

ଆଇରନ ପୋଲର ଲୁହା ଚୋରା ଚାଲାଣ : ୫ ଜଣ ଗିରଫ ସହ ପିକପ ଗାଡି ଓ ବାଇକ ଜବତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,(୫/୧୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ଛତାପଦର ନିକଟ କଲ୍ୟାଣୀ ନଦୀରେ ପଡିଥିବା ଆଇରନ ପୋଲର ଲୁହା ଛଡ଼ ଚୋରା ଚାଲାଣ କରୁଥିବା ବେଳେ ସ୍ଥାନୀୟ ପୁଲିସ ପିକପ ଗାଡି ଓ ବାଇକ ଜବତ କରିଛି |e6af23ce 3a6e 4e53 a34f c160e20dfb85 ଆଇରନ ପୋଲର ଲୁହା ଚୋରା ଚାଲାଣ : ୫ ଜଣ ଗିରଫ ସହ ପିକପ ଗାଡି ଓ ବାଇକ ଜବତ

ପୋଲିସ ୫ ଜଣଙ୍କୁ ଗିରଫ କରି କେସ ନମ୍ବର ୯୯/୨୦୨୧ ଦଫା ୩୭୯/୩୫୩/୩୪ ଆଇପିସିରେ ମାମାଲ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି । ପୁଲିସ କହିବା ଅନୁଯାୟୀ ବୁଧବାର ସନ୍ଧ୍ୟା ସମୟରେ କିଛି ଦୁର୍ବୁତ୍ତ ଛତାପଦର ନିକଟ କଲ୍ୟାଣୀ ନଦୀରେ ପଡିରହିଥିବା ଆଇରନ ପୋଲର ଲୁହା ଛଡ ଚୋରାଇ ନେଉଥିବା ସୂଚନା ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳେ ଗାଡି ଟି ଚାଲି ଯାଉଥିବା ଦେଖି ତାକୁ ଘଉଡ଼ାଇ ଥିଲେ । ବିଜେପୁର ନିକଟରେ ଉକ୍ତ ପିକୋଫ ଗାଡି ନମ୍ବର ଓଡ଼ି୦୮ଏଚ ୨୧୩୬ ଓ ବାଇକ ଓଡ଼ି ୦୮ ପି ୫୩୫୫ କୁ କାବୁ କରି ସ୍ଥାନୀୟ ଥାନାକୁ ଆଣିଥିଲେ ।

ଏଠାରେ ସିଙ୍ଗାରି ଗ୍ରାମର ଗାଡି ମାଲିକ ଚନ୍ଦନ ଗୌଡବିସି (୪୮), ତ୍ରିନାଥ ଗୌଡ଼ବିସି (୨୦),କର୍ଷିକା ଲାଇମାଝୀ (୨୧), ଛତାପଦର ଗ୍ରାମ ର ସୁକୃ ମାଝୀ (୨୫) ଓ ହୁଈକା ରାମଦାସ (୧୯) ଙ୍କୁ ପଚାର ଉଚର କରିଥିଲେ । ଆଜି ସେମାନଙ୍କର ଡ଼ାକ୍ତରି ପରୀକ୍ଷା କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁକୁମା ହଂସୁଦା କହିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...