32.9 C
Balāngīr
Wednesday, April 30, 2025

ଆଉଟସୋର୍ସିଂ କର୍ମଚାରୀଙ୍କ କଳାବ୍ୟାଜ୍ ପରିଧାନ

Must read

ମୁରିବାହାଲ , (୨୦/୦୩) : ଆ.ପ୍ର. : ମୁରିବାହାଲ ବ୍ଲକ କାର୍ଯାଳୟ ସମ୍ମୁଖରେ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ଆହ୍ଵାନକ୍ରମେ କାର୍ଯ୍ୟରତ ବହୁ ଆଉଟସୋର୍ସିଂ କର୍ମଚାରୀ କଳାବ୍ୟାଜ୍ ପରିଧାନ କରି ପ୍ରତିବାଦ କରୁଛନ୍ତି ।

ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ନିର୍ବାହ କରୁଥିବା ଏହି କର୍ମଚାରୀ ମାନଙ୍କ ଦାବୀଗୁଡ଼ିକ ପ୍ରତି ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଦୀର୍ଘ ଦିନର ଦାବିଗୁଡିକୁ ଅଣଦେଖା କରାଯାଇ ବ୍ୟାପକ ଛଟେଇ ସହ ଅନିୟମିତ ଦରମା ଓ ବିଭାଗୀୟ ଚିଠି ସତ୍ତ୍ୱେ ବର୍ଦ୍ଧିତ ଦରମା ଲାଗୁ ନ ହେବା ଯୋଗୁଁ ରାଜ୍ୟର ହଜାର ହଜାର ଠିକା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଉଟସୋର୍ସିଂ ଭଳି ଅନ୍ୟାୟ ତଥା ଶୋଷଣକାରୀ ବ୍ୟବସ୍ଥାର ବିଲୁପ୍ତି ପାଇଁ ନୂଆଁ ସରକାରଙ୍କ ସହ କ୍ରମାଗତ ଭାବେ ମହାସଂଘର ରାଜ୍ୟ ନେତୃତ୍ୱ ଯୋଗାଯୋଗ କରି ଆସୁଥିଲେ ହେଁ ସମସ୍ୟାର କୌଣସି ସମାଧାନ ହୋଇନଥିବା ଜଣାପଡିଛି ।

ସଠିକ୍ ଭାବେ ଦାବୀ ଉପସ୍ଥାପନ ସହ ନ୍ୟାୟୋଚିତ ବ୍ୟବସ୍ଥା ଗ୍ରହଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ ଉଦ୍ଦେଶ୍ୟରେ ଆସନ୍ତା ୨୬ତାରିଖରେ ଭୁବନେଶ୍ଵର ଗାନ୍ଧୀମାର୍ଗରେ ରାଜ୍ୟ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ପକ୍ଷରୁ ଗଣବିକ୍ଷୋଭ କରାଯିବ ବୋଲି କର୍ମଚାରୀମାନଙ୍କ ପକ୍ଷରୁ ସୂଚନା ମିଳିଛି । ମୁରିବାହାଲ ବ୍ଲକ କାର୍ଯ୍ୟାଳୟର ଆଉଟସୋର୍ସିଂ କର୍ମଚାରୀ ରାଜସିଂ ବାବୁ,ରଶ୍ମିରଞ୍ଜନ ସରାଫ,ପୂଜା ଖର୍ସେଲ,ବବିତା ଘିବେଲା,ହରିହର ବାଗ, ପ୍ରେମାନନ୍ଦ ମହାନନ୍ଦ ପ୍ରମୁଖ କଳାବ୍ୟାଜ୍ ପରିଧାନ କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...