ଭଦ୍ରକ, (୦୬/୦୪) : ଆପ୍ର. : ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀ କୂଳରେ ଗତ ଶୁକ୍ରବାର ରାତିରେ ଖେଳୁଥିବା ବେଳେ ପାଣିରେ ବୁଡିଯାଇ ୭ବର୍ଷର ନାବାଳକର ମୃତ୍ୟୁ ଘଟିଛି ।
ମୃତ ନାବାଳକ ମଣିବାବାଙ୍କ ସେବାୟତ ସକ୍ରାଜିତ ପାଢୀଙ୍କ ପୁଅ ଓମପ୍ରକାଶ ପାଢୀ(୭) ବୋଲି ଜଣାପଡ଼ିଛି । ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀ କୂଳ ନିକଟରେ ସେବାୟତ ସକ୍ରାଜିତ ପାଢୀଙ୍କ ପୁଅ ଓମପ୍ରକାଶ ଖେଳୁଥିଲେ । ସେ ଖେଳୁଥିବା ସମୟରେ ଶିବଗଙ୍ଗା ପୁଷ୍କରିଣୀରେ ବୁଡ଼ି ଯାଇଥିଲେ । ଓମପ୍ରକାଶ ପାଣିରେ ବୁଡ଼ି ଯାଇଥିବା ଜାଣିପାରି ପୁଷ୍କରିଣୀ କୂଳ ନିକଟରେ ଥିବା ଘର ଲୋକ ଅନ୍ୟ ଲୋକଙ୍କୁ ଡାକ ପକାଇଥିଲେ । କିଛି ଲୋକ ଖୋଜାଖୋଜି ପରେ ଓମପ୍ରକାଶକୁ ପାଣି ଭିତରୁ ପାଇଥିଲେ । ପାଣିରୁ ଉଦ୍ଧାର ପରେ ପରିବାର ଲୋକ ପ୍ରଥମେ ଆରଡି ମେଡିକାଲ ଓ ପରେ ଭଦ୍ରକ ମେଡିକାଲ ନେଇଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।