ଭୁବନେଶ୍ୱର, (୦୨/୦୭) : ଆପ୍ର. : ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ଜାରି । ୪ ତାରିଖ ଯାଏ ପ୍ରବଳ ବର୍ଷିବ।
ପଶ୍ଚିମବଙ୍ଗ ପାଖାପାଖି ଥିବା ଲଘୁଚାପ କ୍ଷେତ୍ର କାଲି ସୁଦ୍ଧା ଉତ୍ତର ଓଡ଼ିଶା ଦେଇ ଝାଡ଼ଖଣ୍ଡକୁ ଗତି କରିବ । ଆଗାମୀ ୨୪ ଘଣ୍ଟାରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୭ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ। ୪ ତାରିଖ ଯାଏଁ ଅତିରୁ ଅତି ପ୍ରବଳ ବର୍ଷା ହେବ । ତେଣୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ମତ୍ସଜୀବୀଙ୍କୁ ସମୁଦ୍ରକୁ ନ ଯିବା ପାଇଁ କୁହାଯାଇଛି । ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହୋଇଛି । ୧୦ ଟି ସ୍ଥାନରେ ହୋଇଛି ପ୍ରବଳ ବର୍ଷା ।