32.9 C
Balāngīr
Thursday, June 12, 2025

ଆଗେଇ ଚାଲିଛି ରଥ କାମ : ସମସ୍ତ ୪୨ ଟି ଯାକ ଚକ ଓ ୨୧ ଅଖ ଡେରା କାର୍ଯ୍ୟ ସମ୍ପନ୍ନ ହୋଇଛି

Must read

ପୁରୀ, (୦୫/୦୬) : ଆପ୍ର. : ଚଳଚଞ୍ଚଳ ରଥ ଖଳା । ପ୍ରବଳ ଗରମ ଓ ଗୁଳୁଗୁଳି ସତ୍ତ୍ୱେ ଆଗେଇ ଚାଲିଛି ରଥ କାମ । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ବିଶ୍ଵକର୍ମାମାନେ ରଥ ନିର୍ମାଣର ଆଉ ଗୋଟିଏ ପର୍ଯ୍ୟାୟ କାର୍ଯ୍ୟ ଶେଷ କରିଛନ୍ତି ।

ମହାପ୍ରଭୁଙ୍କ ରଥ ନିର୍ମାଣର ଗୁରୁତ୍ୱପୂର୍ଣ୍ଣ ସୋପାନରେ, ତିନି ରଥର ସମସ୍ତ ଚକ ସହିତ ଅଖ ସଂଯୋଗ ହୋଇଛି । ସମସ୍ତ ୪୨ ଟି ଯାକ ଚକ ଓ ୨୧ ଅଖ ଡେରା କାର୍ଯ୍ୟ ସମ୍ପନ୍ନ ହୋଇଛି । ତାଳଧ୍ଵଜ ରଥର ୧୪ଟି ଚକ ସହ ୭ ଅଖ,ଦେବଦଳନ ରଥର ୧୨ ଚକ ସହ ୬ ଅଖ ଏବଂ ନନ୍ଦିଘୋଷ ରଥର ୧୬ ଚକ ସହ ୮ ଟି ଅଖର ସଂଯୋଗ କାର୍ଯ୍ୟ ଶେଷ ହୋଇଛି । ଏହାପରେ ଅଖରେ ମେଣ୍ଡି ଲାଗିବ । ଚକରେ ବନ୍ଧ ଲଗାଯିବ। ପାଞ୍ଚ ଦଣ୍ଡା ଉଠିବା ପରେ ଭୋଇ ସେବକ ଦ୍ଵିତୀୟ ହରିବୋଲ ଦେବେ। ସେପଟେ ତିନି ରଥର ଧ୍ୱଜାବତା ନିର୍ମାଣ, ତିନି ରଥର ବେଦ୍ଦୀ ସିଂହାସନ ଜଗତପୃଷ୍ଠ ଶ୍ରେଣୀର ଚଉପଟ କାର୍ଯ୍ୟ ଓ ପ୍ରତି ରଥର ଦୁଇ ଦୁଇଟି ଲେଖାଏଁ ପୋଲ ଗୟଳ କାର୍ଯ୍ୟ ଶେଷ ହୋଇଛି ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...