32.9 C
Balāngīr
Monday, April 28, 2025

ଆଜିଠୁ ଆଇପିଏଲ

Must read

ନୂଆଦିଲ୍ଲୀ, (୨୨/୦୩) : ଆ.ପ୍ର. : ବିଶ୍ବର ସବୁଠାରୁ ଧନାଢ୍ୟ କ୍ରିକେଟ ଲିଗ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌ ର ୧୮ତମ ସଂସ୍କରଣ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ।

ଏହି ବ୍ୟୟବହୁଳ କ୍ରିକେଟ ଲିଗ୍‌ରେ ଅବତ୍ତୀର୍ଣ୍ଣ​‌ ହେବେ ଫ୍ରଞ୍ଚାଇଜ୍‌ ଭିତ୍ତିକ ୧୦ଟି ଦଳ। ୬୫ ଦିନ ଧରି ଖେଳାଯିବାକୁ ଥିବା ଏହି ଫଟାଫଟ କ୍ରିକେଟରେ ଦେଶ ଓ ବିଦେଶର ପ୍ରମୁଖ ତାରକା କ୍ରିକେଟରଙ୍କ ରୋମାଞ୍ଚ ଦେଖିବାକୁ ମିଳିବ। କ୍ରିକେଟରମାନେ ନିଜ ଦଳକୁ ଟ୍ରଫି ଜିତାଇବା ନେଇ ପରସ୍ପର ମଧ୍ୟରେ ଲଢେଇ କରିବେ। ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରସ୍ତୁତି ଓ ରଣନୀତି ଶେଷ ହୋଇଛି। ପ୍ରତିଯୋଗିତାରେ ୧୦ଟି ଦଳ ଚେନ୍ନଇ ସୁପରକିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ମୁମ୍ବଇ ଇଣ୍ଡିଆନ୍‌ସ, ଦିଲ୍ଲୀ କ୍ୟାପିଟାଲ୍‌ସ, ସନରାଇଜର୍ସ ହାଇଦରାବାଦ୍‌, ଗୁଜରାଟ ଟାଇଟାନ୍‌ସ, ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ପଞ୍ଜାବ କିଙ୍ଗ୍‌ସ୍‌ କଲକାତା ନାଇଟ୍‌ ରାଇଡର୍ସ ଓ ରାଜସ୍ଥାନ ରୟାଲ୍‌ସ ଅଂଶଗ୍ରହଣ କରୁଛନ୍ତି। ପ୍ରତିଯୋଗିତାରେ ମୋଟ୍‌ ୭୪ଟି ମ୍ୟାଚ ଖେଳାଯିବ।

ଲିଗ୍‌ ପର୍ଯ୍ୟାୟରେ ମୋଟ୍‌ ୭୦ଟି ମ୍ୟାଚ ମେ ୧୮ ପର୍ଯ୍ୟନ୍ତ ଖେଳାଯିବ। ମେ ୨୦​‌ରେ କ୍ବାଲିଫାୟର-୧, ୨୧ରେ ଏଲିମିନେଟର ଓ ୨୩ରେ କ୍ବାଲିଫାୟର-୨ ଖେଳାଯିବ। ୨୫ରେ ଇଡେନଗାର୍ଡେନରେ ଫାଇନାଲ ଖେଳାଯିବ। ମ୍ୟାଚ ଗୁଡ଼ିକ କଲକାତା ,ହାଇଦରାବାଦ୍‌, ଲକ୍ଷ୍ନୌ, ଅହମ୍ମଦାବାଦ୍‌, ବେଙ୍ଗାଲୁରୁ, ଜୟପୁର, ମୁମ୍ବଇ, ଚେନ୍ନଇ, ଦିଲ୍ଲୀ, ଧର୍ମଶାଳା, ଗୌହ୍ବାଟୀ, ପଞ୍ଜାବ ଓ ବିଶାଖାପାଟଣାରେ ଖେଳାଯିବ। କଲକାତାର ଇଡେନଗାର୍ଡେନରେ ଖେଳାଯିବାକୁ ଥିବା ଉଦ୍‌ଘାଟନୀ ମ୍ୟାଚରେ ଗତଥରର ବିଜେତା କଲକାତା ନାଇଟ ରାଇଡର୍ସ -ରୟାଲ ଚ୍ୟାଲେଞ୍ଜର୍ସକୁୂ ଭେଟିବ। ଆଇପିଏଲର ସବୁଠାରୁ ଲୋକପ୍ରିୟ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟ୍ରଫି ଶୂନ୍ୟ ରହିଥିବାବେଳେ ପ୍ରଥମ ଟ୍ରଫି ଜିତିବା ନେଇ ଆଶା ରଖିଛି ।

ଟୁର୍ଣ୍ଣାମେଣ୍ଟରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସର ଅଧିନାୟକ ତଥା ୱିକେଟରକ୍ଷକ ଋଷଭ ପନ୍ତ୍‌ ୨୭ କୋଟି ଟଙ୍କା ଓ ପଞ୍ଜାବ କିଙ୍ଗ୍‌ସ ଅଧିନାୟକ ଶ୍ରେୟସ ଆୟର ଦ୍ବିତୀୟ ସର୍ବାଧିକ ୨୬ କୋଟି ୨୫ ଲକ୍ଷ ଟଙ୍କାର ଦାମି ଖେଳାଳି ରହିଛନ୍ତି । ମ୍ୟାଚ ପୂର୍ବରୁ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହେବ । ଏଥିରେ ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀଙ୍କ ସମେତ ଗାୟିକା ଶ୍ରେୟା ଘୋଷାଲ ଜଲୱା ଦେଖାଇବେ । ଆଇପିଏଲର ସଫଳତମ ଦଳ ଭାବେ ଚେନ୍ନଇ ସୁପରକିଙ୍ଗ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ସର୍ବାଧିକ ୫ଥର ଲେଖାଏଁ, କଲକାତା ନାଇଟ୍‌ ରାଇଡର୍ସ ୩ଥର, ସନରାଇଜର୍ସ ହାଇଦରାବାଦ୍‌, ଗୁଜରାଟ ଟାଇଟାନ୍‌ସ, ଡେକାନ ଚାଜର୍ସ ଓ ରାଜସ୍ଥାନ ରୟାଲ୍‌ସ ଥରେ ଲେଖାଏଁ ଚମ୍ପିଆନ ହୋଇଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...