ଭୁବନେଶ୍ୱର, (୨୪/୦୫) : ଆପ୍ର. : ଚଳିତ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ନାମଲେଖା ଆବେଦନ ଆଜିଠୁ ଆରମ୍ଭ ହେବ ।
ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନ ମେ ୨୪ରୁ ଆରମ୍ଭ ହୋଇ ଜୁନ୍ ୩୦ ଯାଏଁ ଚାଲିବ । ସାମ୍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । www.samsodisha.gov.in ରେ କରିବେ ଆବେଦନ । ଜୁଲାଇ ୭ରେ ବାହାରିବ ପ୍ରଥମ ମେରିଟ୍ ଲିଷ୍ଟ । ଜୁଲାଇ ୮ରୁ ୧୪ ଯାଏଁ ହେବ ଆଡମିଶନ୍ । ଏହାପରେ ଜୁଲାଇ ୨୪ ତାରିଖରୁ ହେବ ପାଠପଢ଼ା ।
ନିକଟରେ ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ। ମୋଟ ପାସ ହାର ୮୨.୭୭ ପ୍ରତିଶତ ରହିଛି। ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି। ଝିଅଙ୍କ ପାସ ହାର ୮୭.୨୪ ପ୍ରତିଶତ ରହିଛି। ସେହିପରି ଚଳିତ ବର୍ଷ ମେ ୨ରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା । ତେବେ ପାସ ହାର ୯୪.୯୩ ପ୍ରତିଶତ ରହିଥିଲା। ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ରହିଥିଲା । ପୁଅଙ୍କ ପାସ ହାର ୯୪ ପ୍ରତିଶତ ଥିବାବେଳେ ଝିଅଙ୍କ ପାସ ହାର ୯୬ ପ୍ରତିଶତ ଥିଲା।