ଭୁବନେଶ୍ଵର, (୨୧/୦୩) : ଆ.ପ୍ର. : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ସମୟରେ ହୋଇଛି ପରିବର୍ତ୍ତନ। ଆଜିଠୁ ସମସ୍ତ ସରକାରୀ ତଥା ବେସରକାରୀ ସ୍କୁଲ ମାନଙ୍କରେ ସକାଳୁଆ କ୍ଲାସ କରାଯିବ ।
ସକାଳ ସାଢେ ୬ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ପାଠ ପଢ଼ା ଚାଲିବ । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ସକାଳୁଆ କ୍ଲାସ କରିବେ। ତେଣୁ ଗତକାଲି ସମସ୍ତ ସ୍କୁଲରେ ବ୍ୟବସ୍ଥା କରାଯାଇଛି । ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି। ତେଣୁ ସ୍କୁଲ ସମୟ ପରିବର୍ତ୍ତନ କରିବା ପାଇଁ ସରକାର ଚିନ୍ତା କରିଛନ୍ତି। ଏହା ସହ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲରେ ପାନୀୟ ଜଳ ଉପଲବ୍ଧତାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିଭଳି ସ୍କୁଲରେ ଯଥେଷ୍ଟ ପରିମାଣର ଓଆରଏସ ପ୍ୟାକେଟ ରଖିବାକୁ କୁହାଯାଇଛି । ଏହି ସମୟରେ ଛାତ୍ରଛାତ୍ରୀଙ୍କ ଦ୍ବାରା କ୍ଲାସରୁମ ବାହାର କାର୍ଯ୍ୟକଳାପ ଉପରେ କଟକଣା ଲଗାଯାଇଛି । ଏପରିକି ସମସ୍ତ ଛାତ୍ରଛାତ୍ରୀଙ୍କ ଧ୍ୟାନ ରଖିବା ପାଇଁ ସ୍କୁଲ କତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।