ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୧/୦୬) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପରିଚାଳିତ +୨ ପରୀକ୍ଷା ଫଳ ରିଚେକିଂ ପାଇଁ ଆଜିଠୁ ଆବେଦନ ଆରମ୍ଭ ହୋଇଛି ।
କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବର୍ଗର ଛାତ୍ରଛାତ୍ରୀମାନେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଆବେଦନ ରିଚେକିଂ ପାଇଁକରିପାରିବେ । ଅନ୍ଲାଇନ୍ରେ ମୂଲ୍ୟାୟନ ହୋଇଥିବା ବିଷୟଗୁଡିକର ସଫ୍ଟ କପି ଆବେଦନକାରୀଙ୍କୁ ମେସେଜ ଓ ମେଲ୍ ଲିଙ୍କ୍ ମାଧ୍ୟମରେ ଜୁନ୍ ୧୦ରୁ ୨୦ ତାରିଖ ମଧ୍ୟରେ ପ୍ରଦାନ କରାଯିବ । ଆବେଦନକାରୀ ଏହି ସମୟ ମଧ୍ୟରେ ଲିଙ୍କ୍ ନପାଇଲେ ବା ଅନ୍ୟ ବୈଷୟିକ ତ୍ରୁଟି ପାଇଁ ୨୨ ତାରିଖ ମଧ୍ୟରେ coechserecheck@gmail.com ରେ ମେଲ୍ କରି ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟିକୁ ଆଣିବାକୁ ସୂଚନା ଦିଆଯାଇଛି । ଅଫ୍ଲାଇନ୍ରେ ମୂଲ୍ୟାୟନ ହୋଇଥିବା ବିଷୟଗୁଡିକର ରେଜଲ୍ଟ ପ୍ରକାଶ ପରେ ଆବେଦନକାରୀଙ୍କୁ ଫଟୋକପି ପ୍ରଦାନ କରାଯିବ । ରିଚେକିଂ ପାଇଁ ଗୋଟିଏ ବିଷୟ ପ୍ରତି ୨ଶହ ଟଙ୍କା ଫି’ ଧାର୍ଯ୍ୟ କରାଯାଇଥିବା ବୋର୍ଡ଼ ପକ୍ଷରୁ ଦର୍ଶାଯାଇଛି ।