ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୪/୦୨) : ଆଜି ଇଂରାଜୀ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ରାଜ୍ୟର ୨ହଜାର ୯୯୧ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ୫ଲକ୍ଷ ୫୧ ହଜାର ପରୀକ୍ଷାର୍ଥୀ ।
ତେବେ ପରୀକ୍ଷାର ପ୍ରଥମ ଦିନ ସାହିତ୍ୟ ଥିଲା। ସମସ୍ତ ସେଣ୍ଟରରେ କପି ରୋକିବାକୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଫଳରେ ପରୀକ୍ଷାର୍ଥୀ ଭଲ କରିଥିବା ପ୍ରତିକ୍ରିୟା ଦେଇଥିଲେ। ତେବେ ପରୀକ୍ଷାର ଦ୍ୱିତୀୟ ଦିନ ରହିଛି। ଯେହେତୁ ଇଂରାଜୀ ପରୀକ୍ଷା ରହିଛି ତେଣୁ ପରୀକ୍ଷାର୍ଥୀ ମନରେ କୋଉଠି ନା କୋଉଠି ଟିକେ ଭୟ ରହିଛି। ତେଣୁ ଦ୍ୱିତୀୟ ଦିନ ବି ପରୀକ୍ଷା ସୁରୁଖୁରୁରେ ସମ୍ପାଦନ ହେବ ବୋଲି ବୋର୍ଡ ପକ୍ଷରୁ ଆଶା କରାଯାଉଛି ।
ତେବେ ଚଳିତ ବର୍ଷ ପରୀକ୍ଷା ସୁପରିଚାଳନା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । କପି ରୋକିବାକୁ ୪୨ଟି ବୋର୍ଡ ସ୍କ୍ୱାଡ, ୭୨ଟି ଫ୍ଲାଇଂ ସ୍କ୍ୱାଡ ଗଠନ ହୋଇଛି । ସମ୍ବେଦଶନଶୀଳ ଓ ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଏଆଇ କ୍ୟାମେରା ବ୍ୟାବସ୍ଥା କରାଯିବା ସହ ସମସ୍ତ ନୋଡାଲ ସେଂଟରରେ ଲାଇଭ ଷ୍ଟ୍ରିମିଂ କରାଯାଇଛି । ଏପରିକି ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି ।